ଶୁଭ ଅଭିନନ୍ଦନ - ଧ୍ରୁବ ଚରଣ ବେହେରା

0
ଧ୍ରୁବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ

ଭ୍ରମଣ ବେଳର ଅଭୁଲା କହାଣୀ
କେବେବି ଭୁଲି ନଯିବ
ସୁନେଲୀ ମୁହୂର୍ତ୍ତ ସାତ ସପନକୁ
ସ୍ଵାଗତରେ ଜଣାଇବ ।।
ଦୂରଦେଶେ ସାଥି ଯାଉଅଛ ତୁମେ
ମନେ ଜାଗା ଖଣ୍ଡେ ଦେବ
ସମୟର ପ୍ରତି କୋଣ ଅନୁକୋଣ
ମୋର ଛବି ଆଙ୍କୁଥିବ ।।
ଗୋଲାପି ଓଠର ଚୁମ୍ବନେ ଲେଖିବ
ପୀରତି ନୂଆ କାହାଣୀ
ତୁମରି ବିଛେଦେ ହୃଦୟରେ ଆଜି
ଝଡ ବସା ବାନ୍ଧିଲାଣି ।।
ଦର୍ଶନୀୟ ସ୍ଥଳେ ଲୁଚି ଲେଖିଦେବ
ମୁଁ ତୁମ ପ୍ରେମିକା ବର
ସ୍ମୃତି ହୋଇ ସେଠି ଲେଖା ଥିବ ନାଆଁ
ମୁଁ ତୁମର ତୁମେ ମୋର ।।
ଆଶାର ସକାଳେ ଅପେକ୍ଷା କରିଛି
ଆସିବେ ପ୍ରେମିକା ମୋର
ଗୋଲାପର ତୋଡା ହାତେ ଟେକିଦେବି
ଶୁଭ ଅଭିନନ୍ଦନର ।।

Post a Comment

0Comments
Post a Comment (0)