ଧ୍ରୁବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ
ଶରତ ରାତିର ଜହ୍ନ ଆଲୁଅରେ
ଲେଖୁ ଅଛି ବସି ଚିଠି
କେତେ କଥା କେତେ କାହାଣୀ ଲେଖିଛି
ମନ ଉଠୁଅଛି ମାତି ।।
କହୁଅଛ ବସି ପାଖରେ ମୋହର
ଲେଖ ପୀରତି କବିତା
ମୁଁ ତୁମ ମନର ଅଟଇ ବନିତା
ଲଳିତା ଅପରାଜିତା ।।
ପ୍ରଥମ ଧାଡିରେ ବିରହେ ଲେଖିଛ
ଅଳଙ୍କାର ଭରି ଦେଇ
ଉପାମାରେ ମତେ ସଜେଇ ଦେଇଛ
ମନ୍ଦାକିନୀ ରାଣୀ କହି ।।
ଆଶାର କିରଣେ ଭିଜାଇଛ ତୁମେ
ବାହୁ ବଗଲରେ ତୋଳି
ଉଛୁଳା ଚୁମ୍ବନେ ଭରି ଦେଇଥିଲ
ପ୍ରୀତିର ରଙ୍ଗକୁ ଢାଳି ।।
ଅତୀତର ସାଥି ତୁମେ ମଧୂମତୀ
ମୋର ହୃଦୟର ଅଟ ମୋତି
ତୁମ କଥା ଭାବି ଲେଖୁ ଅଛି ଚିଠି
ଶରତ ରାତିକୁ ଜିତି ।।
