ସୌମ୍ୟ ରଞ୍ଜନ ପାଲ
ବଡସୋଲ, ମୟୂରଭଞ୍ଜ
କାଶତଣ୍ଡୀ ଫୁଲ ବତାଶେ ଦୋଳଇ
ଆକାଶେ ଭାସଇ ମେଘ
ଶସ୍ତ୍ର ସମୂହ ଯେ ସଜେଇ ହେଲେଣି
ସାଜିଣ ରହିଛି ବାଘ ॥
ଶିଉଳି ଫୁଲର ସୁବାସ ଛାଡଇ
ମହକଇ ତନ ମନ
ବିଳମ୍ବ ଯେ ଆଉ କରନା ଜମା ଗୋ
ଅଧୀର ହେଲେଣି ଜନ ॥
ଆସିବ ବୋଲି ମା' ଜଗତ ଜନନୀ
ଚାତକର ସମ ଚକ୍ଷୁ
ଏକଲୟରେ ଯେ ନିରେଖି ଦେଖୁଛି
ଭାବନା ତ ଝରେ ବକ୍ଷୁ ॥
ମାଦଳ ଢୋଲୁକ ମୃଦଙ୍ଗର ତାଳେ
ଆପାଦ ମସ୍ତକ ଦୋଳେ
ପ୍ରକମ୍ପିତ ହୁଏ ଆଗମନ ବାଣୀ
ଅପେକ୍ଷା ତ ବନ୍ଧୁମେଳେ ॥
ସଂକେତ ସଞ୍ଚାରୀ ଜଣାଇ ଦିଅ ମା'
ହୋଇଲା କି ଅବକାଶ
ହୋଇଣ ଚଞ୍ଚଳା ଅଗ୍ନିଶିଖା ଜାଳି
ପାପର କର ବିନାଶ ॥
