ଶ୍ରୀମତୀ ପ୍ରିୟମ୍ବଦା ଜେନା, ପ୍ରଧାନ ଶିକ୍ଷୟତ୍ରୀ
ସୁନ୍ଦରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଟାଙ୍ଗୀ ସମିତି, ଖୋରଧା ଜିଲ୍ଲା
ଆହେ ଛାତ୍ର ଛାତ୍ରୀ ଭାଇ ଭଉଣୀ
ଶୁଣ ସ୍ଵଚ୍ଛତା ପକ୍ଷର କାହାଣୀ ॥
ସେପ୍ଟେମ୍ବର ଏକ ରୁ ପନ୍ଦର
ପାଳିବାକୁ କହନ୍ତି ସରକାର ॥
ବିଦ୍ୟାଳୟ ପ୍ରାର୍ଥନା ସଭାରେ
ଆମେ ସଭିଏଁ ଶପଥ ନେବାରେ ॥
ଆମ ପରିବେଶ ସଫା ରଖିବା
ଦେଶ ସୁନ୍ଦର ସବୁଜ କରିବା ॥
ଆମ ସାଥିରେ ଆମ ପରିବାର
ସଫା ରହିବା ଅତି ଦରକାର ॥
ଆମ ବିଦ୍ୟାଳୟ ହେବ ଏମିତି
ଗାନ୍ଧୀ ସ୍ଵପ୍ନ ଦେଖିଥିଲେ ଯେମିତି ॥
ଆବର୍ଜନା ପଡିବନି ବାହାରେ
ସବୁ ପଡୁଥିବ ଡଷ୍ଟବିନ ରେ ॥
ଶ୍ରେଣୀଗୃହ ରୋଷଘର ବଗିଚା
ଚିକି ଚିକି ମାରୁଥିବ ସର୍ବଦା ॥
ନଖ କାଟି ବିଦ୍ୟାଳୟ ଆସିବା
ବହି ମଲାଟ ମଡାଇ ରଖିବା ॥
ପୋଷାକକୁ ପରିଷ୍କାର ରଖିବା
ମୁଣ୍ଡ କୁଣ୍ଡାଇ ସୁନ୍ଦର ଦିଶିବା ॥
ଖାଇବା ପୂର୍ବରୁ ହାତ ଧୋଇବା
ଗ୍ରାମବାସୀଙ୍କୁ ବୁଝାଇ କହିବା ॥
ଘରେ ଘରେ ପାଇଖାନା କରିବା
ରୋଗ ଜୀବାଣୁଠୁ ଦୂରେ ରହିବା ॥
ଆମେ ସ୍ଵଚ୍ଛତା ସେନାନୀ ସୈନିକ
ଗାନ୍ଧୀବାଦର ପଥରେ ପଥିକ ॥
