ସରସୀ

0
କପିଳେଶ୍ୱର ରାଉତ
ଗ୍ରାମ- ଟିକର ପଡା, ଜିଲ୍ଲା- ଯାଜପୁର 

କାଚକେନ୍ଦୁ ସମ ନୀର ଦେଖି
ମତ୍ତ ଚିତ୍ତ ମମ ଗଲା ରୋକି
ତୀରେ, ତୀରେ ତାର ବିବିଧ ଦ୍ରୂମ
ନାନା ରଂଗେ କ୍ରୀଡନ୍ତି ବିହଂଗମ
ସୁଶୀତଳ ସମୀରଣ ଗଲା ମତେ ଛୁଇଁ
ସ୍ପର୍ଶରେ କାତର ମୋ ଗଲା ଉଭେଇ
ଥରଥର ହୁଏ ନାରଂଗି କମଳ
ତା'ଅଂଗେ କ୍ରୀଡେ ସରସୀ ଜଳ
କ୍ରୀଡାରତ ଉତ୍ପଳ ମରମେ ଭେଦି
ସୁଷମାର ଉପମେ ମନଗଲା ହଜି
ନଜରେ ଆସିଲା ଏକ ଶୀକାରି ବକ
ଏକଲକ୍ଷେ ଅନେଇଛି ଭାଂଗିଣ ବେକ
ନୟନ ତାହାର ଭାରି ଚଂଚଳତା
ନୟନ ଠୁ ମନ ବେଶି ଚପଳତା
ପଶ୍ଚିମ ପଟେ ହରିତ କ୍ଷେତ
ଶୀରି ଦେଖି ମୋହିଲା ଚିତ୍ତ
ପୂରୁବ ପଟେ ନଣ୍ଡା ପ୍ରାନ୍ତର
ମସାଣି ବୋଲି ଲାଗିଲା ଡର

Post a Comment

0Comments
Post a Comment (0)