ସ୍ଵାଧୀନତା

0
ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡ଼ା, ଗଞ୍ଜାମ

ସ୍ୱାଧୀନ ଭାରତ ବାସିନ୍ଦା ଆମେରେ
ପର ଅଧିନରେ ବଞ୍ଚୁ
ମାତୃଭାଷା ଆମ ଓଡ଼ିଆକୁ ଛାଡି
ବିଦେଶୀ ଇଁରାଜୀ ଭାଷୁ ....

ଧିକାରୁଛି ମନ ଆଦର୍ଶବାଣୀକୁ
ଅନୀତି ସବୁଠି ଚଳେ
କାନ୍ଦୁଛି ଜନତା କାନ୍ଦୁଛନ୍ତି ମାତା
ସେନେହ ସମାଧି ତଳେ....

ନାହିଁ ଏଠି ଆଜି ସ୍ୱରାଜ ସପନ
ଗଢିଛି ମଦ ଦୋକାନ
ଆମରି ଦେଶକୁ ଫେରିଆସ ଗାନ୍ଧୀ
ଅଛି ତୁମ୍ଭ ପ୍ରୟୋଜନ ....

ତାତ୍ସଲ୍ୟ କରନ୍ତି ଚିନା, ପାକିସ୍ତାନ
ବଢିଛି ଆତଙ୍କବାଦ
ଉତ୍ଥାନ ଆଳରେ ଗଢୁଛି ଶାସକ
ଜାତିଆଣ ଭେଦ ଭାବ....

Post a Comment

0Comments
Post a Comment (0)