ସହଜ ମୃତ୍ୟୁ - ସେଲଫି

0
ଇଂ. ବିଦ୍ୟାଧର ପଣ୍ଡା, ଏମ୍. ଟେକ୍. (ସିଭିଲ) ଏଲ୍. ଏଲ୍. ବି.
ଖ-୧୭/୧୫, ପଞ୍ଚସଖା ନଗର, ଡ଼ୁମୁଡ଼ୁମା, ଭୁବନେଶ୍ୱର
ଜି- ଖୋରଧା, ଦୂରଭାଷ- ୯୪୩୯୧୨୮୦୫୦

ସେଲ୍ଫି ନେଉଛି ଅସୁମାରି ପ୍ରାଣ
ଅସଂଯତ ଯୁବା ବର୍ଗ
ଫଟୋ ସଉକରେ ମୃତ୍ୟୁକୁ ଭେଟନ୍ତି
ଅବେଳେ ଯାଆନ୍ତି ସ୍ୱର୍ଗ
ଆତ୍ମହତ୍ୟା ନୁହେଁ ଇଛାମୃତ୍ୟୁ ନୁହେଁ
ଅସାବଧାନତା ଫଳ
କେତେ କେତେ ଯୁବା ବାହୁଡ଼ି ଗଲେଣି
ନପୁରାଇ କାଳ ବେଳ
କିପାଇଁ ହେଉଛ ଏତେ ଉତ୍ସୃଙ୍ଖଳ
ବିପତି ପାରୁନ ମାପି
ମାଆ ବାପାର ତ ଗୋଟିଏ ଗୋଟିଏ
ଜୀବନ ଦେଉଛ ସଂପି
ବୁଢ଼ାବେଳେ ତୁମ ପିତାମାତା ଚିନ୍ତା
କିଏ କରିବ ଧରାରେ
ତୁମକୁ ଜନମ କରି ଭାବିଥିଲେ
ଦିନ କାଟିବେ ସୁଖରେ
ଏବେ କି ଉପାୟ କରିବେ ଭାବନ୍ତି
ଫିକା ଫିକା ଲାଗେ କଫି
ସଂସାରକୁ ତୁଛ କରି ଆଦରିଲ
ସହଜିଆ ମୃତ୍ୟୁ ସେଲଫି

Post a Comment

0Comments
Post a Comment (0)