ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡ଼ା, ଗଞ୍ଜାମ
ଭାରତ ମାତାର ପୟରେ ଜୁହାର
ଢାଳୁଛି କୁସୁମାଞ୍ଜଳୀ
ପ୍ରତିଜ୍ଞାବଦ୍ଧ ମୁଁ ଦେଶ ସୁରକ୍ଷାର୍ଥେ
ରକ୍ତବିନ୍ଦୁ ଦେବି ଢାଳି....
ରକତ ଆମର ଗୋଟିଏ ରଙ୍ଗର
ଆମେ ଭାରତ ସନ୍ତାନ
ଭାବିବାନି ମନେ ଶିଖ୍, ବୁଦ୍ଧ, ଜୈନ
ହିନ୍ଦୁ ଅବା ଖ୍ରୀଷ୍ଟିଆନ....
ତନ, ମନ, ଧନ କରିବା ଅର୍ପଣ
ହାତେ ହାତକୁ ମିଳାଇ
ଲଢିବାରେ ଆମେ ଡରିଯିବା ନାହିଁ
ଶତ୍ରୁକୁ ଦେବା ହଟାଇ....
ମାତାର ଗରଭୂ ଜନମ ଲଭିଛେ
ମରଣ ନିଶ୍ଚୟ ଦିନେ
ମାତୃଭୂମି ଲାଗି ଜୀବନଟା ଗଲେ
ଦୁଃଖ କରିବାନି ମନେ....
ତାହାରି ମମତା ଉଜାଣି ଯମୁନା
ମରୁରେ ଛୁଟାଏ ଧାର
ସ୍ୱାର୍ଥକୁ ଆହୁତି ଦିଅ ଭାତୃବୃନ୍ଦ
ଭବିଷ୍ୟତ ଆମେ ତାର....
ହାତେ ହାତ ଧରି ହୁଅହେ ଏକାଠି
ମିଳିମିଶି ଚାଲୁଥିବା
ମୁଖେ ଧରିବାନି ଜାତିବାଦ ଆଉ
ଜନଗଣ ଗାଉଥିବା.....
