ରୂପ ନୁହେଁ ଗ୍ରାହ୍ୟ

0
କପିଳେଶ୍ୱର ରାଉତ, ଟିକରପଡା, ଯାଜପୁର
ଦୂରଭାଷ - ୯୫୫୬୯୬୦୧୯୬

ରୂପ ଭୋଗ ହୋଇଥାଏ କେବଳ ନୟନେ
ଚିତ୍ତ ମୋହ ହୋଇଥାଏ ଗୁଣ ଦରଶନେ
ଆଜିର ମାନବ ସତେ ରୂପର ପୂଜାରୀ
ସୌନ୍ଦର୍ଯ୍ୟ ଦେଖି ମାରେ ପ୍ରୀତି ପିଚକାରୀ

ଗୁଣର ଯେ ଆଜି କିମ୍ପା ନାହିଁ ଆଦର
ରୂପ ଦେଖି ଲୋକଙ୍କର ପୁରୁଛି ଉଦର
ସୁଗନ୍ଦିତ ଶେଫାଳୀକୁ ଲୋଡୁନି ଯେ ଲୋକ
ଗନ୍ଧହୀନ କମଳର ଯେ ଆଜି ସଭିଏଁ ଲୋକ

ରୂପ ଅଛି ବୋଲି ସିନା ପଂଜକ ଯେ ଗ୍ରାହ୍ୟ
ଗୁଣ ଥାଇ ଶେଫାଳୀର ଆଜି କିମ୍ପା ହେୟ
ପଂଜକ ଟେ ଶୁଖି ଗଲେ ହରେ ତାର ରୂପ
ଗୁଣର ତିଳେ ମାତ୍ର ନାହିଁ ଯେ ସନ୍ତପ

ଆକସ୍ମିକ ହୋଇଯାଏ ରୂପର ମରଣ
ଗୁଣ ପୁଣି ସଭିଙ୍କୁ ଯେ କରେ ଆକର୍ଷଣ
ସବୁ ଦିନ ଯାଏ ଗୁଣ ରହେ ଚିରନ୍ତନ
ରୂପ ୟଣସ୍ଥାୟୀ ପୁଣି ହୁଏ ଅବସାନ

Post a Comment

0Comments
Post a Comment (0)