କିରଣ ମନିଷା ମହାନ୍ତି
ରେଞ୍ଚ, ଡେଲାଙ୍ଗ, ପୁରୀ
ସୀମାହୀନ ଯନ୍ତ୍ରଣା ଆଜି
ଛାତିଫଟା କୋହ
କେମିତି ତତେ କହିବି ସାଥି
ଝରୁଛି ମୋ ଆଖି ଲୁହ ॥
ସାଥି ତୁ ଦେଖି ଯାଆ ଥରେ
ମୁଁ ଅଛି ବହୁଦୂରେ
ଜଳୁଛି କେମିତି ତୋ ବିନା
ଆମ ଦୁହିଁଙ୍କର ସ୍ମୃତିର ନିଆଁରେ ॥
ତୁ ସିନା ଭୁଲିଗଲୁ
ତୋ ସ୍ମୃତିକୁ ମୁଁ ଭୁଲିନାହିଁ
ଏବେ ବି ମୁଁ ଜିଇଛି ସାଥି
ତୋ ସ୍ମୃତିକୁ ଅନାଇ ॥
ତୋ ଗାଁ'ରେ ସାଥି ଅନ୍ଧାର ଆସିଲେ
ମୋ ଗାଁ'ରେ ଆସେ ଝଡ
ତୋ ଆଖିରେ ଯେବେ ନିଦ ଆସିଯାଏ
ମୋ ଆଖିରେ ସପନର ଭିଡ ॥
ବରଷା ବରଷେ ମୋ ସହରେ ଆଜି
ଭିଜିବାକୁ ନାହିଁ ମନ
ସାଥି ଥିଲେ ସିନା ଆସନ୍ତୁ ତୁ ବର୍ଷା
ଏବେ କାହିଁ ତୋର ବରଷିବାକୁ ମନ ??
