ଇଂ ଦୀପ୍ତି ରଞ୍ଜନ ପଣ୍ଡା
ଆଇଗିଣିଆ, ଭୁବନେଶ୍ଵର, ଦୁରଭାଷ - ୯୪୩୭୦୮୧୩୩୩
ଗୁଜୁରାଟ ରାଜ୍ୟେ ସାଗର ତଟରେ ପ୍ରଭୁ ହେଲ ଆର୍ବିଭୂତ
ଦିବ୍ୟ ଜ୍ୟୋର୍ତିଲିଙ୍ଗ ପ୍ରସିଦ୍ଧ ହୋଇଛ ନାମ ଧରି ସୋମନାଥ ॥୧॥
ସେହି ଗୁଜୁରାଟେ ଦ୍ୱାରକା ବଣରେ ହୋଇ ଶିବଙ୍କର ଅଂଶ
ସୁବିଖ୍ୟାତ ଲିଙ୍ଗ ନାମ ବହିଅଛ ସେଠାରେ ପ୍ରଭୁ ନାଗେଶ ॥୨॥
ଆନ୍ଧ୍ରପ୍ରଦେଶର ଶ୍ରୀଶୈଳ ଚୂଡାରେ ମଲ୍ଲିକାର୍ଜ୍ଜୁନ ଭାବରେ
ନାମ ବହିଅଛି କୃଷ୍ଣାନଦୀ ସେଠି ପାତାଳୀଗଙ୍ଗା ନାମରେ ॥୩॥
ସିପ୍ରାନଦୀ ତୀରେ ମଧ୍ୟପ୍ରଦେଶର ଉଜ୍ଜ୍ୱୟନୀ ସେ ନଗର
ଜ୍ୟୋର୍ତିଲିଙ୍ଗ ଭାବେ ସେଠାରେ ପ୍ରସିଦ୍ଧ ନାମ ମହାକାଳେଶ୍ୱର ॥୪॥
ନର୍ମଦା ତଟରେ ହେଲ ପ୍ରକଟିତ ସେହି ମଧ୍ୟପ୍ରଦେଶର
ପୂଜା ପାଉଅଛ ସେହିଠାରେ ନାମ ଓଁକାର ଅମଳେଶ୍ୱର ॥୫॥
ବିହାର ପ୍ରଦେଶ ଦେଓଘର ଠାରେ ଜ୍ୟୋର୍ତିଲିଙ୍ଗ ଭାବେ ଖ୍ୟାତ
ଦ୍ୱାଦଶ ଭିତରୁ ପ୍ରଭୁ ଅନ୍ୟତମ ନାମ ସେଠି ବୈଦ୍ୟନାଥ ॥୬॥
ହିମାଳୟ କୋଳେ ଉତ୍ତରାଖଣ୍ଡରେ ହୋଇ ହିମ ଆଚ୍ଛାଦିତ
ଜ୍ୟୋର୍ତିଲିଙ୍ଗ ମଧ୍ୟେ ପ୍ରମୁଖ ସାଜିଛ ନାମ ଶ୍ରୀ କେଦାରନାଥ ॥୭॥
ଉତ୍ତରପ୍ରଦେଶ ଗଙ୍ଗାନଦୀ ତୀରେ ବାରାଣାସୀ ସହରରେ
ପ୍ରସିଦ୍ଧ ହୋଇଛ କାଶୀ ବିଶ୍ୱନାଥ ପାପକ୍ଷୟ ଦର୍ଶନରେ ॥୮॥
ତାମିଲନାଡୁର ସାଗର ତଟରେ ମିଳନ ହରିହରର
ସେଥିପାଇଁ ସେଠି ନାମ ବହିଅଛ ମହାପ୍ରଭୁ ରାମେଶ୍ୱର ॥୯॥
ମହାରାଷ୍ଟ୍ର ରାଜ୍ୟ ନାସିକ ନିକଟେ ତୀରେ ଗୈାତମୀ ନଦୀର
ଦିବ୍ୟ ଜ୍ୟୋର୍ତିଲିଙ୍ଗ ପୂଜା ପାଉଅଛ ନାମ ଶ୍ରୀତ୍ରୈମ୍ବେକଶ୍ୱର ॥୧୦॥
ସେହି ସୈାରାଷ୍ଟ୍ରର ପୁନେ ନିକଟରେ ହେଲ ତୁମ୍ଭେ ଆର୍ବିଭୁତ
ଭୀମାଶଙ୍କରର ନାମ ବହି ପ୍ରଭୁ ହୋଇଛ ସେଠି ବିଖ୍ୟାତ ॥୧୧॥
ମହାରାଷ୍ଟ୍ର ରାଜ୍ୟେ ଆଊରଙ୍ଗାବାଦରେ ପୂଣ୍ୟ ତୁମ୍ଭ ଦେବସ୍ଥାନ
ଦ୍ୱାଦଶ ଭିତରୁ ଅନ୍ୟତମ ସେଠି ଘୁଷ୍ମେଶ୍ୱର ତୁମ୍ଭ ନାମ ॥୧୨॥
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ୱେବ ରେଡିଓ
- ଇଭେଣ୍ଟ
- ନୂତନ ସଂସ୍କରଣ
- ସାହିତ୍ୟ ସଂସ୍କୃତି ଖବର
0 Comments
You can write now your valuable comments here. Off-topic comments may be removed or deleted without prior notice.