କାହ୍ନା

0
ଡକ୍ଟର ଲକ୍ଷ୍ମଣ ସାହୁ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ - ୪
ଦୂରଭାଷ : ୯୪୩୭୭୪୦୨୮୦/୯୦୪୦୧୫୧୪୭୫

(କାହ୍ନା... ଏକ ଦୀର୍ଘ କବିତାର ଅଂଶବିଶେଷ)

କାହ୍ନା,
ତୁ ଆସିବୁ ବୋଲିତ,
ସକାଳ ସଂଜ ଚାହିଁ
ନିଦ ମୋ ଯାଇଛି ଭାଜି
ଆସିବୁ କାଳେ,
ବେଳ ଅବେଳରେ ।
ତୋ ପାଇଁ ମନ ହମହମ
ଯେତେ ନିନ୍ଦା ଅପବାଦ,
ଅପଯଶ ଶାସୁ
ନଣନ୍ଦର ଗାଳି
ସାଇ ପଡିଶାଙ୍କ
ଟାହି ଟାପରା
ଖାଲି ଗଦାଗଦା
ନିରୀହ ସ୍ୱାମୀଙ୍କ
କରୁଣ ଚାହାଣୀ ।

କାହ୍ନା,
କେମିତି ଯେ ପଡିଗଲି
ତୋ ପ୍ରେମରେ
ପେଟେ ହସେ,
ହାତରେ କଙ୍କଣ.
ଆଉ ମଥାରେ
ସିନ୍ଦୂର ନାଇ,
କେଉଁ କୁଳ ବୋହୂ
ଦାଣ୍ତରେ ପାଦ ରଖେ !
ହୁଏ କୁଳଟା
ତୁ'ତ ବଡ ଦୁଷ୍ଟ କାହ୍ନୁ,
ଶତବାରଣ ସତ୍ତ୍ୱେ
କରୁ ମୋତେ ହଟହଟା,
ସଖାମାନଙ୍କ ସାଥିରେ ।
ଯମୁନା କୂଳେ ଅବା
କଦମ୍ବ ମୂଳରେ,
ସଖୀମାନେ ତୋତେ ଦେଖି,
ମୁହଁରେ ଲୁଗାଦେଇ
ଚାପା ହସ ହସି ଠରାଠରି
ହଉଥାନ୍ତି, ସବୁ ଜାଣି
ରହେ ଚୁପ୍ ଚାପ୍,
କେବଳ ତୋ'ପାଇଁ ।

ସତରେ କାହ୍ନା,
କେମିତି ଯେ ପଡିଗଲି
ତୋ ପ୍ରେମରେ
ତୁ ମୋ ସପନ ହୋଇ
ଆସିଗଲୁ ଯୁଗଯୁଗ ପାଇଁ
ତୋ' ପରଷରେ ଦେହ
ମନ ମୋ ଉଲୁସି ଉଠେ
ନବଜନ୍ମ ଲାଭ କରେ,
ଆଖିପତା ନଇଁ ନଇଁ
ଆସେ କେତେ ଯେ
ଶିହରଣ ଖେଳିଯାଏ
ଦେହସାରା ସତେ,
ଯୁଗଯୁଗ
ପ୍ରତୀକ୍ଷାର ଅନ୍ତ ଘଟେ !!
ଥରୁଟିଏ ତୋ' ଛୁଆଁରେ,
ମୁକ୍ତି ଲାଭ କରେ
ଶେଷ ଇଛା ' ଥରେ
ଆସି ଛୂଉଁ ଯା
ଶୋଇ ଯିବି ଚିରନିଦ୍ରା
ନେଇ ଯୁଗ ଯୁଗାନ୍ତର
କେବଳ ତୋ
ପ୍ରେମିକା' ଟି ହୋଇ ।

ଆଗକୁ ପଢନ୍ତୁ

Post a Comment

0Comments
Post a Comment (0)