ପ୍ରଶାନ୍ତ ମହାପାତ୍ର
ରମାବିଲି, ଜଙ୍କିଆ, ଖୋର୍ଦ୍ଧା, ଦୁରଭାଷ - ୭୮୯୪୬୬୮୩୫୬

ଶ୍ରାବଣୀ ଗୋ ତୁମ ଅପେକ୍ଷାରେ ମୁଁ
ଆଜି ବି ସେଇଠି ଅଛି
ଯେଉଁଠାରେ ଦିନେ ଛାଡ଼ି ଯାଇଥିଲୁ
ପ୍ରତିଟି ସ୍ଥାନରେ ଖୋଜୁଛି........॥

ଅସ୍ତମିତ ସୂର୍ଯ୍ୟ ଆଜି
ରାତ୍ରିରେ ଦିଅଇ ଦେଖା
ବିଚିତ୍ର ଦୁନିଆରେ ପାଗଳ ମଣିଷ
ବୋଧେ ତୁ ନାହୁଁ ମୋର ଲେଖା.....॥

ବର୍ଷା ଆସିଲେ ତୁ ମନେପଡ଼ୁ ବେଶି
ତୋ ସାଥିରେ ଭିଜିବାକୁ
ଭୁଲି ପାରୁନି ମୁଁ କିଛି ବି ମୂହୁର୍ତ୍ତ
ତୋ ସାଥିର ଅତୀତକୁ........॥

ଶ୍ରାବଣୀ ଗୋ ତୁମ ପ୍ରତିଟି ଛୁଆଁ ରେ
ଆଜି ମୁଁ କ୍ଷତ ବିକ୍ଷତ
ଯନ୍ତ୍ରଣାର କ୍ଷତ କେତେ ଯେ ଆଘାତ
ତୁ କି ଜାଣିବୁ ମିତ ???.......॥