ବିକେଶ କୁମାର ସାହୁ
ଭୁସଲାର୍ଡ, ସିନ୍ଧେକେଲା, ବଲାଙ୍ଗୀର

ଆସିବକି ଥରେ ହେ ଶାନ୍ତ ଶ୍ରାବଣ
ନେଇ ତୁମ ବାରି ଧାରା
କଳା ବଉଦରେ ଆକାଶ ସଜାଇ
ଲମ୍ବାଇ ବିଜୁର ମାଳା ॥

ଅଷ୍ଟ ମାସ ତପ୍ତ ଦେଇ ଦିବାକର
ତତାଇ ଅଛନ୍ତି ଧରା
ହୋଇଛି ଶ୍ରୀହୀନ ଏହି ଧରାଧାମ
ଲୋଡ଼ା ତୁମ ବାରି ଧାରା ॥


ବୃକ୍ଷରାଜି ସବୁ ଗଲେଣିତ ଶୁଖି
ଆଜିତ କଙ୍କାଳ ପରା
ପାଣି ଟୋପେ ପାଇଁ କେତେଯେ ସଂଘର୍ଷ
ତୁମେ ହିଁ ସାହା ଭରସା ॥

ଫେରେଇ ଦେବକି ଏ ଧରାର ଶୀରି
ଦେବକି ଜୀବନ ନୂଆ
ପିନ୍ଧାଇ ଦିଅ ହେ ସବୁଜର ପାଟ
ଫୁଟାଇ ମଲ୍ଲୀ ଦହନା ॥


ଚାଷୀ ମୁଖେ ହସ ଖେଳାଇ ଦିଅ ହେ
ଧରା ହେଉ ସୁଶୋଭିତା
ଭିଜିବାକୁ ତୁମ ଶୁଭ୍ର ଝରିରେ
ଏ ମନ ଆଜି ଅଧୀରା ॥

ପାଟି ଖୋଲି ମାଟି ଚାହିଁଛି ତୁମକୁ
ମେଣ୍ଟାଇବାକୁ ତା ତୃଷ୍ଣା
ଶୈଳ ଶୀଖରେ ଚାହିଁଅଛି ଶିଖୀ
ଡେରି ଆଉ ହେ କରନା ॥