ମୁଖା ମଣିଷ

0
ସଙ୍ଘମିତ୍ରା ଜେନା, ଶିକ୍ଷୟତ୍ରୀ
ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭୂଷଣ୍ଡପୁର, ଖୋରଧା

କେତେଦିନ ମୁଖା ପିନ୍ଧି ଚଳାଇବ ବେଉସା
ହେବଦିନେ ବେସାହାରା,
ଆଶ ପାଶରେ ନଥିବେ ଚାଟୁକାର ଚିଲ, ଚିରୁଗୁଣୀ
ସେତେବେଳେ ଖାଲି ଶୂନ୍ୟତା ଓ ଶୂନ୍ୟତା...

ସମୟର ଉତ୍ତାଳ ତରଙ୍ଗରେ,
ଦୋଳାୟିତ ବେଳେ ନଥିଲା ଟିକେ ଅନୁଶୋଚନା
ଚାଲିଥିଲା ପ୍ରୟାସ ସମୟକୁ ଦାସତ୍ଵ ଭାବି
ଅକ୍ଟୋପଶ ଭଳି ବାନ୍ଧିବାକୁ...
ହେଲେ, ସେ କାହାର ନୁହେଁ
ସମସ୍ତେ ତା’ର ଫାଶରେ ଆବଦ୍ଧ
କଲା କୁକର୍ମର ହିସାବ ନିକାଶ ନିଭାଏ
ଭୁଲିଗଲ ଆମ ମହାନ ବେଦବାଣୀ ମନୁର୍ଭବଃ
ଜୀବନ ମନସ୍କ ପରିବର୍ତ୍ତେ
ଅଧୋପତ୍ତନ କାହିଁକି କେଜାଣି ଭଲଲାଗେ...

ଚୈତନ୍ୟ କଣ ଚେତାଏ ନାହିଁ !
ମୋହାବିଷ୍ଟ କରେ...
ଗୁମର ବା ଆଉ କେତେଦିନ
ଆଲ୍ହାଦିନୀର ମାୟା କେତେ ଯେ ଜହ୍ଳାଦ ସଜାଏ,
ଆସ୍ଥାନକୁ ସ୍ଥାୟୀ କିଏ କଲାଣି...
ପୁଣି ଭାଗବଣ୍ଟା କେବେ ଛିଡିଲାଣି
ଆହରଣର ଅତରସରେ…
ଯେ ଦିନେ ଦିନେ ମହାଦଶା ପଡିବ
ମହୋଲ୍ଲାସ ହେବ ଧରାଶାୟୀ
ଏକଥା ନଥିଲା ଜ୍ଞାତ ମୁଖା ମଣିଷକୁ....
ଭୁଲିଗଲା ମାତୃ ଜଠରର ଶପଥ ସବୁକୁ,
ହୋଇଗଲା ବେପଥୁ
ଶୁଭିଲା ରମନାମ ସତ୍ୟର ବାଣୀ ନେପଥ୍ୟରେ...

Post a Comment

0Comments
Post a Comment (0)