ପ୍ରସନ୍ନ କୁମାର ମଙ୍ଗରାଜ
ଭଜାଗଡ, ଖୋରଧା, ଓଡିଶା

କୃଷ୍ଣଚୁଡାର ରଙ୍ଗ ତୋଳି ମନ ମୋ ଯାଇଛି ଭିଜି
ଜୀଵନ ରଙ୍ଗ ପାରୁନି ତୋଳି ଯାଇଛି ଯେ ସଵୁ ହଜି ।।
ସ୍ମୃତିରେଖା ତୁମ ପାରୁନି ଡେଇଁ କଣ୍ଟା ଯାଏ ପାଦେ ଫୁଟି
କଣ୍ଟକିତ ପଥେ ଚାଲିଛି କେତେ ହାରି ମୁଁ ଯାଇଛି ଆଜି ॥
ଜୀଵନଟା ଆଜି ହାହାକାର ମୋର ହେଜି ହେଜି ସ୍ମୃତି ତୁମ
ସଵୁଜିମା ତୁମ ପରିଧି ମଧ୍ୟରେ ରେଶମୀ ସ୍ମୃତିର ଖିଅ ॥

ସେହି ସ୍ମୃତି ପାଇଁ କୋହଭରା ମନ ଶୁଖିଲା ଆଖିରେ ଲୁହ
କାହିଁ କେତେ ରାତି ପୁହାଇ ଦେଲାଣି ପାଉନି ଯେ ତୁମ ଖିଅ ।।
ମୃଗତୃଷ୍ଣା ପରି ତୁମ ସ୍ମୃତି ନାଚେ ମୋ ହୃଦୟ ବନାନୀରେ
ଶୀତଳତା ଆଉ ଭରିଦେବ କିଏ ମୋ ମନର କାଚ ଘରେ ॥
ଆସିଵ କି ସତେ ମୋ ଜୀବନ ପଥେ ସ୍ମୃତିର ପାଊଁଜି ପିନ୍ଧି
ହଜି ଗଲ ତୁମେ କାହିଁ କେଉଁଠାରେ ତୁମକୁ ପାଉନି ଖୋଜି ।।