ଗୋପାଳ ସେନ, ଶିକ୍ଷକ
କୟଥପଲ୍ଲା, ଖୋରଧା


ନବରଙ୍ଗପୁର ନହରକଣ୍ଟା
ନଗଡା କହୁଛି ଅସଲ କଥା
ଆରେ ନିଲଠା,
ବେକାରୀ ନିଆଁ ଘରେ
ଘରେ ଜଳେ
ଚାଷି ହରାଉଛି କୂଳ ବେଉସା ॥


ନୋଟ ବନ୍ଦୀ ର ଯାତରା ଦଳ
ଯତୁଗୃହେ ଭରି ନିଆଁ ନାଛିଲାଣି
ମହାପାତ୍ରେ ଏଠି ଉଷୁମ ନେଲେଣି
ଧନୀ କଚେ ପୁଅ ଗରିବ କାଳ ॥


ମାଙ୍କଡିଆ ଦଳ ଧରମ ଗଣ୍ଡ
ହାଟରେ ବସାନ୍ତିମଣିଷ ଭାଗ
କଳିର ମଞ୍ଜି
ଷଣ୍ଢ ର ଏ ପୁଅ ଗୋରୁ ମାଆଟି ॥


ଉଜୁଡେ ଫସଲ ଉଜୁଡେ ସଂସାର
ଉଛୁଳି ଉଠୁଛି ପୁଞ୍ଜି ବଜାର
ନାହିଁ କା ନିଘା
ବାନ୍ଧିବା ପାଇଁ କି ଓଲେଇ ପଘା
ଏଇତ ଚିନ୍ତା
ଅନ୍ତର ବେଦନା ମରମ ବଥା ॥