ଦାଶରଥି ସାହୁ
ବଡସାହି, କଳମ୍ବ
ସଭିଏଁ କହିଲେ ନିଜେ ନିଜ କଥା
ପ୍ରେମ ମାନେ ଏଠି ଧୋକା
ସାତ ରଙ୍ଗ ପରେ ଅଷ୍ଟମ ରଙ୍ଗ
ଜଳନ୍ତା ଅଗ୍ନିର ଶିଖା..॥
କେବେ ପ୍ରେମ ବାଈଚଢେଇର ବସା
କେବେ ହୁଏ ଲୋକ ହସା
ହସ ଲୁହ ଭରା ରଙ୍ଗୀନ ବହି ଏ
ମହୁଲୀର ମିଠା ନିଶା..॥
ଅଢେଈ ଅକ୍ଷର ଶବ୍ଦ ଏଇ ପ୍ରେମ
ହସଫୁଲ ଚୂନା ଚୂନା
ପ୍ରେମ ନୁହେଁ ପାପ ପ୍ରେମ ହିଁ ପବିତ୍ର
ବଞ୍ଚିବାର ନୂଆ ବାହାନା ..॥
ଭଙ୍ଗା ହୃଦୟ - ଦାଶରଥି ସାହୁ
November 17, 2016
0