ଶିଶୁ ଗାଳ୍ପିକ : ଅଂଶୁମାନ ପଟ୍ଟନାୟକ
ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିର, ଖୋରଧା
ଦିନେ ଋଷି ଅଗସ୍ତ୍ୟ କାବେରୀ ନଦୀକୂଳରେ ଭ୍ରମଣ କରୁଥିଲେ । ସେ ବହୁତ ଗେଡା ହୋଇ ଥିବାରୁ କାବେରୀ ନଦୀ ତାଙ୍କୁ ଦେଖି ହସିଲେ । ଋଷି ଅଗସ୍ତ୍ୟ ଭାବିଲେ ଇଏ ମୋର ଅପମାନ କଲା । ତେଣୁ ଋଷି ରାଗିଯାଇ କାବେରୀ ନଦୀକୁ ନିଜ କମଣ୍ଡଳୁ ଭିତରେ ରଖିନେଲେ । ଅନ୍ୟ ଜଣେ ଋଷି ଏହା ଦେଖି ସେ ଶ୍ରୀ ଗଣେଶଙ୍କ ପାଖକୁ ଯାଇ ଏସବୁ ଘଟଣା କହିଲେ । ଏହା ଶୁଣି ଶ୍ରୀ ଗଣେଶ ଏକ କାଉ ରୂପରେ ସେଠାରେ ଯାଇ ପହଞ୍ଚିଲେ ଏବଂ ଋଷି ଅଗସ୍ତ୍ୟଙ୍କର କମଣ୍ଡଳୁକୁ ଗଡାଇ ଦେଲେ । ତାପରେ ଶ୍ରୀ ଗଣେଶ ଗୋଟିଏ ବାଳକ ରୂପରେ ଋଷିଙ୍କ ସମ୍ମୁଖରେ ଉଭା ହେଲେ । ବାଳକଟିକୁ ଦେଖି ଋଷି ଅଗସ୍ତ୍ୟ କହିଲେ “ହେ ବାଳକ ତୁମେ କଣ କାବେରୀ ନଦୀକୁ ମୁକ୍ତ କଲ ?” ଏହାଶୁଣି ବାଳକ ଜଣକ ଉତ୍ତର ଦେଲେ -“ହଁ” । ତାପରେ ଋଷି ଅଗସ୍ତ୍ୟ ରାଗିଯାଇ ବଳକଟିର ମସ୍ତକରେ ପ୍ରହାର କରିବାକୁ ଉଦ୍ୟତ ହେଲେ । ଋଷିଙ୍କର ଏତାଦୃଶ କ୍ରୋଧ ଦେଖି ଶ୍ରୀ ଗଣେଶ ନିଜ ରୂପକୁ ଫେରି ଆସି କହିଲେ, -“ମୋର ଗର୍ବ ହୁଅନ୍ତା ମୁଁ ଯଦି ଆପଣଙ୍କ ଭଳି ମହାଜ୍ଞାନୀଙ୍କ ଠାରୁ ମାଡ ଖାଆନ୍ତି” । ଏକଥା ଶୁଣି ଋଷି ଅଗସ୍ତ୍ୟ ଅପମାନିତ ହେଲେ ।
0 Comments
You can write now your valuable comments here. Off-topic comments may be removed or deleted without prior notice.