
| ଶୀର୍ଷକ : | ହେବ ଦିନେ ପ୍ରେମ ଫାଟ |
| ବିଷୟ : | ପ୍ରେମର ନାୟିକା ମୋ ପ୍ରେମ ସୁନ୍ଦରୀ କରିଛି ଅଧୁନା ପର କଳ୍ପନାର ପୋତେ ମୋ ପାଶେ ଆସୁଛି ଚୋରିକରି ନିଦ ମୋର | ସବୁବେଳେ ଥାଏ ଅନ୍ୟର କୋଲରେ ବିଜି ବିଜି ଫୋନ କହେ କଥା ସରିଗଲେ ମେସେଜ କରିବ ସାଙ୍ଗ ବୋଲି ଗୀତ ଗାଏ | କହେ ସେ ସର୍ବଦା ଗର ଗର ହୋଇ କରୁଛୁ ସନ୍ଦେହ ମୋତେ ଭାବୁଛି ତୋତେ ମୁଁ ମୋର ଜୀବଧନ ଭଲ ମୁଁ ପାଉଛି କେତେ | ପଚାରୁଛି ତୋତେ ଆଲୋ ନିରିମାଖି! ଯଦି ଭଲପାଉ ମୋତେ ମାସକେ ଥରେ ତୁ ମେସେଜ କରୁଛୁ ମାସଟେ ଭୁଲୁଛୁ ମୋତେ | କେବେ କେବେ ତୁହି ଫୋନ କରୁଛୁ ଧନ ମୋର କିଆଁ କର ଧନ ଧନ କହି ଦୁଲାରୀ କରୁଛୁ ମାସେ ନାମ ଆଉ କା\'ର | ସବୁବେଳେ ଭାବେ ମନଟି ମୋହର କରିବାକୁ ତୋତେ ରାଣୀ ମୋତେ ଭାବିଦେଉ ମାଟିର ଖେଳନା ଖେଳି ତୁ ଯାଉଛୁ ଜାଣି | ସମ୍ପର୍କରେ ଆମେ ପ୍ରେମକ ପ୍ରେମିକା ପ୍ରେମରେ ପଡୁଛି ଫିକା ନିଜର ଭାବି ନା ପାଇକର ଭାବି କରୁଛୁ ତୁ ଅଣଦେଖା | ଜାଣୁଛି ଜାଣୁଛି ଜାଣୁଛି ଲୋ ସାଥି! ତୋର ଅଭିନୟ ନାଟ ଯଦି ତୁ ଚାଲିବୁ ଏଭଳି ପଥରେ ଦିନେ ପ୍ରେମ ହେବ ଫାଟ || |
| ବିଭାଗ : | କବିତା |
| ଲେଖକଙ୍କ ନାମ : | ଚିନାପାନା ଲୋକନାଥ ରେଡ଼ି |
| ଠିକଣା : | ଫିରୋଜ ପେଣ୍ଠ, ବ୍ରହ୍ମପୁର ଗଞ୍ଜାମ ଓଡିଶା India |
| ଫୋନ : | 760-685-8260 |
| ଇମେଲ : | |
