କବିତା - ଲୀଳାମୟ - ପ୍ରଣତି ମହାପାତ୍ର

0

ପବିତ୍ର ପ୍ରଭାତ ମଧୁମୟ ଦିଶେ
ତୁମରି ଆଶୀଷେ ପ୍ରଭୁ,
ଯୁଆଡେ ଚାହିଁଲେ ତୁମେ ଦିଶୁଥାଅ
ପ୍ରଭୁମୟ ଧରା ସବୁ।
କରି କରାଉଛ ସର୍ବ ଘଟେ ଥାଇ
ତୁମେ ପରା ଲୀଳାମୟ,
ସୁକର୍ମ ଅକର୍ମ ତୁମେ ଭିଆଉଛ
ଶୁଭେ ତୁମ ଜୟ ଜୟ।
ଏତିକି ବୀନତି ଆହେ ବିଶ୍ଵପତି
ଧର୍ମର ହେଉ ଜୟ,
ସବୁରି ମନରୁ କୁପ୍ରବୃତ୍ତି ହରି
ଶାନ୍ତିର ବହୁ ମଳୟ।
ହରେକୃଷ୍ଣ ହରେକୃଷ୍ଣ ମହାମନ୍ତ୍ର
ସଦା ଶୁଣୁଥାଉ କର୍ଣ୍ଣ,
ତୁମ ନାମ ଧ୍ୟାୟୀ ତୁମ ଗୁଣ ଗାଇ
ଚାଲି ଯାଉ ଏ ଜୀବନ।

ପ୍ରଣତି ମହାପାତ୍ର, ବାଲେଶ୍ଵର

Post a Comment

0Comments
Post a Comment (0)