ଶବ୍ଦ କେବେ କରିଦେଇ ଖୁବ୍ ନିସଙ୍ଗ
ଚାଲିଯାଏ ଧରାଦିଏ ନାହିଁ
ଆଉ କେବେ ନିଦରୁ ଉଠାଇ
କହେ ଆଙ୍କିବାକୁ ଜୀବନର ଛବି
କଲମକୁ ହାତରେ ଧରେଇ ଦେଇ।।
ଜୀବନ ତ ସାହିତ୍ୟ
ରହିଥାଏ ନିଃଶ୍ବାସ ହୋଇ
ସାହିତ୍ୟ ବିନା ସ୍ବପ୍ନ ବା କାହିଁ
ହୃଦୟଟା ପାଲଟିଯାଏ ନିସଙ୍ଗ ମରୁରଭୂଇଁ ।।
ସାହିତ୍ୟରେ ହସୁଥାଏ କବିତା ସୁନ୍ଦରୀ
ଛନ୍ଦର ପାଉଁଜି ଆଉ ଆବେଗର ସାଢୀକୁ
ପିନ୍ଧୁଥାଏ ପରସ୍ତ ପରସ୍ତ କରି
ନିଜକୁ ସଜେଇ ।।
ଭାବ ଡାକୁଥାଏ ନିସ୍ତବ୍ଧରେ
ହାତଠାରି ଶବ୍ଦକୁ
କେବେ କେବେ ଲାଜର ତ
କେବେ ପୁଣି ଗଞଣାର ଗହଣା ପିନ୍ଧାଇ ଦେଇ
ଝରାଇଦିଏ ଆଉ କେବେ ହସ ଫୁଲଝରି
ବାରମ୍ବାର ଯାଉଥାଏ କହି
ହେ ପ୍ରିୟ !
ମୋ ଛଡା ତୁମ ସ୍ବପ୍ନ କାହିଁ !!
ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି, କେନ୍ଦୁଝର
0 Comments
You can write now your valuable comments here. Off-topic comments may be removed or deleted without prior notice.