ବେଳେବେଳେ ଭାବେ
ସେହି ପୁରୁଣା ଦିନର କଥା,
ଶୂନ୍ଯ ଚ଼ିତ୍ତ ନେଇ ଏକାନ୍ତରେ
କେବଳ ଆମ ସମ୍ପର୍କ କଥା।।
ଭାବୁ ଭାବୁ ବିତେ ସମୟ
ତା' ଚ଼ିରାଚ଼ରିତ କାର୍ଯ୍ଯ ସହ,
ଆଉ ଭରିଦେଇଯାଏ ମନରେ
ଅତୀତର ଅନେକ ବିଡ଼ମ୍ବନା।।
ତଥାପି ଭାବୁଥାଏ ମୁଁ
ସେ ଅଭୁଲା ପ୍ରେମକୁ,
କଥା ଦିଆନିଆ ଆମର
ଚିରଦିନ ସାଙ୍ଗରେ ରହିବାର।।
ଭାବୁଥାଏ ମୁଁ ଏକାନ୍ତରେ
ଅଶ୍ରୁ ବହିଯା'ନ୍ତି ଭ୍ରୁକ୍ଷେପ ନକରି,
ଅଭିମାନ, କ୍ରୋଧ, ଦୁଃଖକୁ ନେଇ
ଆଜିର ଦିନରେ...।।
ବେଳେବେଳେ ଭାବେ.....

ନୟାପଲ୍ଲୀ, ଭୁବନେଶ୍ବର