ପ୍ରତି ମାସରେ ସଂକ୍ରାନ୍ତି ଆସିଲା ପରି,
ବର୍ଷରେ ବାରଥର ଆସିଥାଏ ।
ଯେପରି ସବୁ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ହୁଏ ନାହିଁ
ଦଶହରା, କୁମାର ପୂର୍ଣ୍ଣିମା, ଛାଡଖାଇ
ଗଣେଶ ପୂଜା ଓ ସରସ୍ବତୀ ପୂଜା ଯେପରି
ବର୍ଷରେ ଥରୁଟିଏ ଆସିଥାଏ,
ପ୍ରତି ମାସରେ ପ୍ରତିପଦା ଠାରୁ ଚତୁର୍ଦ୍ଦଶୀ ମଧ୍ୟରେ
ଏହା ଏକ ଥର ଆସିଥାଏ ।
ପୌଷ ମାସର ସମାପ୍ତି ଓ ମାଘ ମାସର ଆଗ
ଇଁରାଜୀ ନବ ବର୍ଷ ଜାନୁୟାରୀ ମାସରେ ପଡେ
ସମସ୍ତଙ୍କ ଖୁସି କହିଲେ ନ ସରେ
ଘରେ ନାନା ଜାତିର ପିଠାପଣା ସାଙ୍ଗକୁ
ହୁଳୁହୁଳା ଶବ୍ଦର ପ୍ରତିଧ୍ବନି
ଯିଏ ଯାହାର ମାନସିକ ରୋଗର
ନିରାକରଣ ପାଇଁ ଏସବୁ ବିଧି,
ଯେପରି ସୂର୍ଯ୍ୟଦେବତାକୁ ପୁତ୍ର ଶାମ୍ବ
ଯେଉଁ ମହାମାରୀ ବ୍ଯାଧିରୁ
ଆରୋଗ୍ଯ ହୋଇ ପାରିଥିଲେ
ସେହି ଦିନଟିକୁ ଆମେ ନ ଭୁଲି
ନାନା ଆଡମ୍ବର ଭାବେ ପାଳୁଛୁ
ସୂର୍ଯ୍ୟ ଦେବତାଙ୍କୁ ପୂଜା କରୁଛୁ
ସେହି ଦିନଟି ହେଉଛି ଆମର ପ୍ରିୟ
ସବୁରି ଜଣାଶୁଣା ଏବଂ ଆମ ମାଆ
ମାନଙ୍କର ପ୍ରିୟ ସେହି ଆଦରର" ଶାମ୍ବ ଦଶମୀ"


ରଚନା : ବୁଲୁ ବେହେରା

ଠିକଣା : କର୍ପୂର ନୂଆ ଗାଁ, ଆସିକା, ଗଞ୍ଜାମ, ଦୂରଭାଷ : 9861539620