କବିତା - ନାଲି ଟୁକୁ ଟୁକୁ ଝିଅ - ଶ୍ରୀ ଆର୍ତ୍ତତ୍ରାଣ ଖୁର୍ଡିଆ

0

ସଜେଇ ଦେଇଛି ମଥାରେ ସିନ୍ଦୁର
ହେବାକୁ ଗୋ ତୁମ ନିଜର,
ତବ କୋଳେ ବସି ବିତାଇବି ରାତି
ତୁମେ ଅନ୍ତରଙ୍ଗ ମୋର.

ଓଢଣୀଟି ମୋର ନାଲି ଟୁକୁ ଟୁକୁ
ଋଣୁ ଝୁଣୁ ବାଜେ ଚୁଡି,
ଆନନ୍ଦେ ଅଧିର ହୁଏ ମୋ ଅନ୍ତର
ପ୍ରେମ ପକ୍ଷୀ ଯାଏ ଉଡି.

ରଜ ପରବରେ କୁଆଁରୀ ଗହଣେ
କରିନିଅ ତୁମ ସାଥି,
ତୁମ ଅର୍ଦ୍ଧାଙ୍ଗିନୀ ହେବି ପ୍ରାଣପ୍ରିୟ
ପରସିବି ମଧୁ ପ୍ରୀତି.

ଖୋଲି କହିଦେବି ମନର ଭାଷାକୁ
ଓଠେ ଲଗାଇକି ମୁହଁ,
ନବ ପରିବାରେ ପିତା,ମାତା ଠାରେ
ଢାଳି ଦେବି ସୁଧା ସ୍ନେହ.

ଏଇ ଜୀବନରେ ଏତକ ସପନ
କରିଦିଅ ପ୍ରଭୂ ପୂରଣ,
ସଦା ପୂଜୁଥିବି ଭାବ ଭକତିରେ
ମଥାପାତି ତବ ଚରଣ.
ଭାବେ ଲେଖେ ଆର୍ତ୍ତତ୍ରାଣ,
ଭାବେ ଲେଖେ ଆର୍ତ୍ତତ୍ରାଣ.


ରଚନା : ଶ୍ରୀ ଆର୍ତ୍ତତ୍ରାଣ ଖୁର୍ଡିଆ

ଠିକଣା : ବଙ୍କିଆ, ବୀରମହାରାଜପୁର, ସୋନପୁର,  ଦୂରଭାଷ : ୯୪୩୯୧୪୦୮୧୪

Post a Comment

0Comments
Post a Comment (0)