ତୁମେ ସ୍ବର୍ଣିଭକିରଣରେ
ପ୍ରକୃତିର ସୁଢ଼ୋଳ ପରସରେ...
ଜନମରୁ ରହିଅଛ ସାଥେ....
ଦୁଖ ଆଉ କଷ୍ଟ ର ଅଜଣା ସହରରେ
ପ୍ରାରମ୍ଭ ରୁ ମଧ୍ଯାହ୍ନ ର
ଯୌବନର ଉଷ୍ମ ଖରାର ଉତ୍ତାପ ରେ
ତୁମ ସହ ସମୟବିତେ,,,,
ଅବିରତ ଚେ଼ଷ୍ଟା ଆଉ ସଂଗ୍ରାମ ରେ ।
ହଜାଇ ଦେଲ
ପିଲାଦିନର ସବୁରି ଖୁସି,,
କରିଦେଲ ସମୟର ଅତୀତ
ରହିଗଲା ଇତିହାସ ପ୍ରୁଷ୍ଠା ର କାନ୍ଭାସରେ,, ,,,।
କେଇଦିନପରେ ଆସିଯିବ
ବାର୍ଦ୍ଧକ୍ଯ ର ଶୀତଳତା
ସଜେଇ ଦେବ ତୁମେ
ଅଲୋଡା,, ମୂଲ୍ଯହୀନ
ରଖିଦେବ ଘରର ନିଭ୍ରୁତ କୋଠରୀରେ ।
ବାହ୍ ରେ ବୟସ
ସବୁ ତୁମରି ଇଛା ରେ ।।


ରଚନା : ଅଜୟକୁମାର ସାହୁ

ଠିକଣା : ବାସୁଦେବପୁର, ଖଣ୍ଡପଡ଼ା, ନୟାଗଡ଼
ବର୍ତ୍ତମାନ ଠିକଣା- ଆସିକା, ଗଞ୍ଜାମ ଦୂରଭାଷ : 9439338890