କବିତା - ତୁମବିନା - ସନ୍ତୋଷ ପଟ୍ଟନାୟକ

0

ଆଖିପାଣି ମୋର ଆଖିରେ ମଲାଣି 
    ଆସିବା ବାଟକୁ ଚାହିଁ 
ଆଦିମତୃଷ୍ଣାଟା  ଆଜିବି ବଞ୍ଚିଛି 
      ଆକୁଳତା ଭାବ ନେଇ....

ଆନମନା ମତି ଆଗୁଳେ ପାଣିକୁ 
        ଆକର୍ଷି ବେଦନା ଛଇ 
  ଆଗବାଗ ସବୁ ଆଜିକା ଅଗାଡି
          ଆଡ଼ ଅନ୍ତରଟା ପାଇଁ .....

ଆକ୍ତାମାକ୍ତା ମନେ ଆଙ୍କୁଶ ସାଜୁଛି
       ଆକାଶ କୁସୁମ ଛାଇ
 ଆକଟତା ସତ୍ତ୍ବେ ଆକୁଳତା ବଢ଼େ
         ଆଗତପଞ୍ଚାକୁ ଧ୍ୟାଈ.....

ଆକ୍ତାମାକ୍ତା : ଅଣନିଶ୍ବାସୀ । ଆଙ୍କୁଶ : କଣ୍ଟା , ପ୍ରତିବନ୍ଧକ । ଆକାଶ କୁସୁମ: ଅବାସ୍ତବ, ଅସତ୍ୟ, ଛାଇ । ଆଗତପଞ୍ଚା : ବହୁ ଆଗରୁ ଭବିଷ୍ୟତ ଚିନ୍ତା । ଆଗୁଳ : ବାଟ ଓଗାଳିବା ବା ରୋକିବା । ଆଗବାଗ : ଆଗର ଠାଣି ।  ଆଡ଼ ଅନ୍ତର : ପାଖଛଡା । ଛଇ : ଭଙ୍ଗୀ, ଠାଣୀ ।

Post a Comment

0Comments
Post a Comment (0)