ସୁଲଳୀତ ସ୍ଵର କର୍ଣ୍ଣକୁ ମଧୁର
ବାଦ୍ୟ ଯନ୍ତ୍ର ତାଳେତାଳେ
ସଙ୍ଗୀତ ଶ୍ରବଣେ ମନ୍ତ୍ର ମୁଗ୍ଧ ପ୍ରାଣେ
ପ୍ରେମର ପ୍ରଦୀପ ଜଳେ ।।

ସଙ୍ଗୀତ ସରସ ସୁନ୍ଦର କରଇ
ଏ‌ ସାରା ଜନ ଜଗତ
ମନ ଟାଣିହୁଏ କାନରେ ବାଜିଲେ
ରସମୟ ମଧୁ ଗୀତ ।।

ଦୀପକ୍ ସଙ୍ଗୀତ ସୁରେ ତାନସେନ
ନିର୍ବାପିତ ଦୀପଜାଳି
ଶକ୍ତି ର ଉତ୍ସ ସଙ୍ଗୀତ ସୁରରେ
କେମିତି ରହିଛି ଭରି ।।

ଜନ ମାନସରେ ଉସ୍ଥାପିତ କଲେ
ସଙ୍ଗୀତ ର ସୁର,ତାଳ
ସଙ୍ଗୀତ ସୁରରେ ବିନା ମେଘେ ଝରେ
ଆକାଶରୁ ବର୍ଷାଜଳ ।।

କେତେଯେ ପୁରୁଣା ଯୁଗରୁ ସଙ୍ଗୀତ
ସମାଜେ ଆଦୃତ ହୋଇ
ରହିଅଛି ଥିବ ଏ ଗନ୍ଧର୍ବ ବିଦ୍ୟା
ଯୁଗ ଯୁଗାନ୍ତର ପାଇଁ ।।

ସରସ୍ଵତୀ ଙ୍କର ଏ ଏକ ଅନନ୍ୟ
ଅନବଦ୍ୟ କଳା କୃତ୍ତି
ତେଣୁ ମହାଦେବୀ ହସ୍ତେ ଶ୍ଵେତବୀଣା
ଦେଖ ଶୋଭା ପାଉଅଛି ।।

ସଙ୍ଗୀତ ର ସୁର ମନ୍ତ୍ର ମୁଗ୍ଧ କରେ
ଆରୋଗ୍ୟ ହୁଅଇ ରୋଗୀ
ସଭାରେ ପଣ୍ଡିତ ପଥେ ଗାଏ ପାନ୍ଥ
ନୃତ୍ୟେ ଗୀତ ଶୁଣେ ଭୋଗୀ ।।


ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା,  ଦୂରଭାଷ :