ଶିଶୁ କବିତା - ବୋଉ - ସରସ୍ଵତୀ ପଣ୍ଡା

0
ସେ ପରା ଆମ ବୋଉ
ଯା ଓଠରୁ ଝରିପଡ଼େ
ମିଠା ମିଠା ମହୁ,
ସ୍ନେହଁ ବୋଳା ଡାକ ତାର
କୋଇଲିର କୂହୁ
ମଣିଷ କରିଛି ଆମକୁ
ଢାଳି ଲୁହ ଲହୁ
ନିଦ ଭରିଯାଏ ଆଖିରେ
ସେ ଗପ ଗପ କହୁ କହୁ ।
ସେ ପରା -----
ଧରଣୀ ପରି ସହିଷ୍ଣୁ ସେ
ଆକାଶ ପରି ବିଶାଳ ତା'ହୃଦୟ
ତା'କୋଳ ଆମ ପାଇଁ
ମମତାର ମନ୍ଦିର
ତା'ପଣତ ଛାଇ ଦୁଃଖ ନିଏ ଧୋଇ
ଅବୁଝା ମନ ବୁଝିଯାଏ
ପାଇଁ ତା'ସେନେହ ଆଦର
ସଂସାରର ବୋଝ ହସି ହସି ବୁହେ
ଅନ୍ତରେ କାନ୍ଦୁଥିଲେ ବି
ଆ ମକୁ ହସା ଏ
ଯେତେ କଷ୍ଟ ତାକୁ ହେଉ ।।
ସେ ପରା----
ଭଲ ମଣିଷ ହେବାକୁ ଦିଏ ଉପଦେଶ
ସବୁ କ୍ଷେତ୍ରରେ ଆ ମେ
ତାର ସାହାଯ୍ୟ ପାଉ,
ତାର ଆଶିଷ ଆମ ରକ୍ଷା କବଚ
ପାଖେ ପାଖେ ରହି ଥାଉ
ବୋଉର ସେବା ଆମ ରି ଲକ୍ଷ୍ୟ
ତା'ଚରଣେ ମଥା ନଉଁ ।
ସେ ପରା----


ରଚନା : ସରସ୍ବତୀ ପଣ୍ଡା

ଠିକଣା : ମଙ୍ଗଳପୁର, ଯାଜପୁର,  ଦୂରଭାଷ : 7608940823

Post a Comment

0Comments
Post a Comment (0)