ଜୀବନ ଖୋଜି ଚାଲେ
ଆଗାମୀ ସମ୍ଭାବନାକୁ
ନୀତି ବିଶ୍ୱାସ ଜମାଉଥିବା
ଦୃଢ଼ କର୍ମକୁ🎊
ତା' ବୋଲିତ ମଣିଷ ବଞ୍ଚିଛି !
ସତେତ ନୂଆ ବରଷ,
ସମୟର ପାହାଚରେ
ସ୍ୱପ୍ନ ନେଇ ଆସିଛି
ପହିଲି ଶୀତୁଆ 🎊
କାକର ବିନ୍ଦୁରେ
ଅସହାୟ ମଣିଷର
ଆଖିର ଲୁହରେ
ମୋ' ପ୍ରେମିକାର
ରକ୍ତିମ ଓଠରେ🎊
ଜେଜେଙ୍କ ଅସ୍ପଷ୍ଟ
ହରିନାମ ଶବ୍ଦରେ💝
ଅଣ୍ଟାନଇଁ ପଡ଼ିଥିବା
ବାପାଙ୍କ ଦୀର୍ଘଶ୍ୱାସରେ
ବଢିଲା ଝିଅର ଛାତିରେ
ବୋଉର କରୁଣ କୋହରେ
ମୋ ସାତ ସାଇତା
ପ୍ରମାଣ ପତ୍ରରେ 🎊
ଅନାହତ ଭୋକିଲା ପେଟରେ ।
ଏବେ ତ ନୂଆବରଷ
ଚାରିଆଡେ ମହ ମହ
କୃତ୍ରିମ ଫୁଲର ବାସ୍ନାରେ
ସୁସଜ୍ଜିତ ତୋରଣରେ
ହୋଟେଲର ବ୍ଳୁ ଫିଲ୍ମ
ଅଧ୍ୟନଗ୍ନ ଡ୍ୟାନ୍ସର
ମହୁଆ ନିଶାରେ
କୁଆଁରୀ ଝିଅର 💝
ମାଂସାଳ ଦେହରେ
ନେତାଙ୍କ ହାହୋଲ୍ଲାରେ
ବଡ଼ପଣ୍ଡାର ବେତ ମାଡରେ
ସମୁଦ୍ର ଢେଉରେ🎊
ସୂର୍ଯ୍ୟାସ୍ତ ବେଳାରେ
ଅବା ଗଛ ଆଢୁଆଳେ
ଲୁଚି ଯାଉଥିବା💝
ଜହ୍ନର ମଳିନ ଜ୍ୟୋତ୍ସ୍ନାରେ
ରାମନାମ ସତ୍ୟର
ସ୍ୱର୍ଗ ଦ୍ୱାରରେ
ଅବା କାମନାର ବିନାଶରେ
ସିଦ୍ଧାର୍ଥର ତପରେ
ଜୈନ ମୁନିଙ୍କ🎊
ଓଁକାର ଧ୍ୱନିରେ
ବଡ଼ ଦେଉଳର
କାଳିଆ ଆଖିରେ
ସମତାର 💝
ମମମତା ଡୋରରେ
ନୂଆ ବରଷ ୨୦୧୯🎊
ସପନ ଭରୁଛି !!!

ଡ଼କ୍ଟର ଲକ୍ଷ୍ମଣ ସାହୁ
ଦୂରଭାଷ।: 94377 40280

ନବ ବର୍ଷର ଶୁଭେଚ୍ଛା 💐🎂୨୦୧୯ -୨୦୨୦🎂💐


ରଚନା : ଡକ୍ଟର ଲକ୍ଷ୍ମଣ ସାହୁ

ଠିକଣା : ମହାନଦୀ ବିହାର, କଟକ -୪ ଦୂରଭାଷ :