ଏ ଶରୀର ମୋର ଧୂଳି ହୁଅନ୍ତା କି
ତୋ ବଡଦାଣ୍ଡରେ
ପ୍ରଭୁ .......ତୋ ବଡ ଦାଣ୍ଡରେ
ତୋ ରଥଗଡନ୍ତା , ପ୍ରଭୁ ......
ଭକତେ ନାଚନ୍ତେ
ତାଥେୟା ତାଥେୟା
ଏ ଧୂଳି ଶରୀରେ
ଏ ଶରୀର ମୋର .......(ଘୋଷା)

ଭକତ ପାଦକୁ ମୁଣ୍ଡ ପାତିଥାନ୍ତି
ଭକତର ଦାସ ହୋଇ
ଏଡ଼େ ଭାଗ୍ୟ ମୋର ପ୍ରଭୁ ........
ଦେବେ କି ଗୋସାଇଁ
ନାଚିବି ଆନନ୍ଦେ
ଭକତ ପାଦରେ
ଏ ଶରୀର ମୋର ଧୂଳି ହୁଅନ୍ତି କି....(୨)

ସୁଖୀ ହୋଇଥାନ୍ତି ତୋ' ରଥର ତଳେ
ଜଗନ୍ନାଥ ନାମ ଶୁଣି,
ଏଡ଼େ ପୁଣ୍ୟ ମୋର ପ୍ରଭୁ ......
ହେବ କି ଗୋସାଇଁ
ମୁକତି ପାଇବି
ତୋ ବଡ଼ ଦାଣ୍ଡରେ
ଏ ଶରୀର ମୋର ଧୂଳି ହୁଅନ୍ତା କି ....(୩)


ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଆସିକା, ଗଞ୍ଜାମ,   ଦୂରଭାଷ : 9566876504