ଭୁଲିଗଲ ବୋଲି   
ଦୁଃଖ ନାହିଁ ମୋର
ଅନୁରୋଧ ଟିଏ ରଖିବ... 
ମୁଁ ମଲା ପରେ   
ମସାଣି ଭୂଇଁକୁ            
ଦେଖିବାକୁ ଥରେ ଆସିବ.... 
ନ କାନ୍ଦିବ ନାହିଁ 
ଆଖି ଲୁହ ଢାଳି    
ସେ ମୋ ମସାଣି ଭୂଇଁରେ... 
ଇଚ୍ଛା ନ ଥିଲେବି  
ଫୁଲ ଟିଏ ଆଣି
ଫିଙ୍ଗିବ ଜଳନ୍ତା ଜୁଇରେ.... 
ଫୁଲକୁ ତୁମର  
ପ୍ରେମ ବୋଲି ଭାବି
ଜୁଇ ମୋର ହସି ଉଠିବ.... 
ସ୍ୱର୍ଗରେ ଥିଲେବି  
ନାଁ ଯେ ତୁମର ସବୁଦିନେ 
ଏ ହୃଦୟ ଭିତରେ ରହିବ....

ଦେବବ୍ରତ ବାରିକ
ଆନନ୍ଦପୁର, କେନ୍ଦୁଝର