
ମିନତି ମୋହର ଘେନ,
ହତାଦର କେବେ କରିବନି ମତେ
ମୁଁହି ଅଟେ ଅକିଞ୍ଚନ.
କରିଥିଲି ପାପ କରୁଅଛି ଶୋକ
ଦିଅ ସତ ବୁଦ୍ଧି ଚିନ୍ତନ,
ମିଛ ମାୟା ପରା ଅଟଇ ସଂସାର
କ୍ଷଣ ଭଙ୍ଗୁର ଏ ଜୀବନ.
କ୍ରୁପାର ସାଗର ତୁମେ ଲମ୍ବୋଦର
ଅଟ ତୁମେ ଜନାର୍ଦ୍ଦନ,
ତୁମ ଛବି ଦେଖି ବୁଜି ଦେବି ଆଖି
ଭଜି ନାମ ପ୍ରତିକ୍ଷଣ.
ସରି ଆସେ କାଳ ବୁଡି ଆସେ ବେଳ
ଫିଟାଅ ସବୁ ବନ୍ଧନ,
କ୍ଷଣ ଅନୁକ୍ଷଣ ଦିନ ପ୍ରତିଦିନ,
ଦେଖୁଛି ତବ ସପନ.