କବିତା - ମୁଁ ତୁମ କବିତା - କୁମୁଦିନୀ ବେହେରା

0
ନିଦ୍ରାବତୀ କୋଳେ ଶୁଅନାହିଁ ଭୋଳେ
ଡାକେ ମୁଁ ତୁମ କବିତା,
ନିଃସଙ୍ଗତା ପଣ କରିବାକୁ ଦୂର
ଦେଇଥିଲ ମୋତେ କଥା l୧l

ପ୍ରତିଶ୍ରୁତି ନେଇ ଆସିଛି ମୁଁ ଧାଇଁ
ମୁଣ୍ଡ ଗୁଞ୍ଜିବାକୁ କୋଳେ,
ଧର ତୁମ ତୁଳୀ ରଙ୍ଗ ଦିଅ ବୋଲି
ଲେଖିଚାଲ ଆତ୍ମ ଭୋଳେ l୨।

କଳ୍ପୀ କଳ୍ପନାରେ ସଜାଇବ ମୋତେ
ତୁମ ସପନ ନାୟିକା,
ପ୍ରକୃତିର ରଙ୍ଗେ ଭରି ମୋର ଅଙ୍ଗ
ସାଜିବି ଅଭିସାରିକା l୩।

ସଜାଇବ ମୋତେ ସ୍ନିଗ୍ଧ ଚାରୁମାଳେ
ଦେଇ ସ୍ନେହର ବନ୍ଧନ,
ଶବ୍ଦରେ ଲେଖିବ ଗଳ୍ପ ପରିଭାଷା
ହରି ନେବ ମୋର ମନ l୪l

ମନ ଆଇନାରେ ପ୍ରତିବିମ୍ବ ଦେଖି
ରଚିବ କାବ୍ୟ ସମ୍ଭାର,
ତୁମ ଓଠଧାରେ ପ୍ରତିଧ୍ୱନି ହୋଇ
ତୋଳିବି ସୁର ଝଙ୍କlର l୫l

କାବ୍ୟ ନାୟକ ହେ ତୁମରି କାବ୍ୟରେ
କର ମୋର ଶିଳାନ୍ୟାସ,
ପ୍ରତିଟି ପୃଷ୍ଠାରେ ରଙ୍ଗ ଭରିଦିଅ
ସଜେଇ ଶବ୍ଦ ବିନ୍ୟାସ l୬l

କବିତା ମୁଁ ତୁମ ଯାମିନୀ କାମିନୀ
ଅଙ୍କଶ୍ରୀ ଶlୟିନୀ ହୋଇ,
ମହୁଆ ମହକେ ତୁମ ହୃଦୟରେ
ଉନ୍ମାଦ ଦେବି ଜଗlଇ l୭l

କବିତା ମୁଁ ପରା ଲୁହ ଲହୁ ମିଶା
ରାଗ ଅନୁରାଗ ବାଣୀ
ଜୀତ ପରାଜିତ ମାନ ଅଭିମାନ
ପ୍ରୀତିପର୍ଣ୍ଣl ମୋ କାହାଣୀ l୮l

ତୁମ ଇଲାକାରେ ଆସେ ପୁଲକରେ
ଧରି ଆୟ ଅଳଙ୍କାର
ଆଉ କେବେ ଆସେ ପ୍ରତାରଣା ସିକ୍ତ
ହୃଦୟକୁ ଧରି ମୋର l୯l

ମୁଁ ତୁମ ପ୍ରେମିକl, ମୃଣ୍ମୟୀ ନାୟିକା
ନିଶିଗନ୍ଧା ମୁଁ କବିତା
କବି ଓ କବିତା ନିଶି ଶଶୀ ସମ
ସ୍ପର୍ଶ ନ କରେ ଭିନ୍ନତା l୧୦l
 

ରଚନା : କୁମୁଦିନୀ ବେହେରା

ଠିକଣା : ଶିକ୍ଷୟିତ୍ରୀ, ଅନୁଗୁଳ ଦୂରଭାଷ : ୮୯୧୭୩୪୩୬୬୮

Post a Comment

0Comments
Post a Comment (0)