୧) ବାବା ମୋର କେତେ ଭଲ
ପେଣ୍ଠକୁ ବୁଲାଇ ନିଅନ୍ତି ।
ଜାତ ଦେଖିବାକୁ ସାଥିରେୁ ଗଲେ
ଦୋଳିରେ ଝୁଲାଇ ଦିଅନ୍ତି ।।

୨) ଚକୋଲେଟ୍ ଆଇସକ୍ରିମ୍ ଖେଳନା କିଣି
ମୋତେ ଆଣି ସେ ଦିଅନ୍ତି ।
ମୋର ଖୁସି ଦେଖିଲେ ସିଏ
ଖୁସି ହୋଇ ସାଥେ ଡ଼ି଼ଅନ୍ତି ।।

୩) ମମା ମୋର ଭାରି ଭଲ
ବୁଝେଇ ସୁଝେଇ ବତାନ୍ତି ।
ଗୋଲ ଲେଖୁ ଥିବୁ
ଠିକ୍ ପଢୁଥିବୁ
ସବୁ ବେଳେ ସେ କହନ୍ତି ।।

୪) ଗଣିତ ଜାଣିଲେ ଜଗତ ଜିଣିବା
ଏହାକୁ କାନରେ କୁହନ୍ତି ।
ସଭିଙ୍କ ସାଥିରେ ମିଶି ଗାଉଥିଲେ
ନିଜ ଛାତିକୁ ଫୁଲେଈ ଦିଅନ୍ତି ।।

୫) ବାବା ମାମା
ମୋର ଦେବତା ସମାନ
ମାନୁ ଥିବି ତାଙ୍କ ବଚନ ।
ଆଶୀର୍ବାଦେ ତାଙ୍କ ମୋର ଉନ୍ନତି
ଏହା ହିଁ ବେଦ ଆଉ ବିଜ୍ଞାନ ।।


ରଚନା : ରୁଦ୍ରରୂପା ଵ୍ରହ୍ମା

ଠିକଣା : ହାଇସ୍କୁଲ ସାହି, ଚିକିଟୀ ଗଡ଼,   ଦୂରଭାଷ : 9437858788