କବିତା - କେତେବେଳେ ତୁମେ - ତପନ ଦୀକ୍ଷିତ (ବେଳାଭୂମି)

0
କେତେବେଳେ ତୁମେ……..
କେତେବେଳେ ତୁମେ ତିକ୍ତ କଷାୟ
କେବେ ପୁଣି ମଧୁଝରା
କେବେ ମଧୁଶାଳା ଶୁନ୍ୟପିଆଲାର
ଉଛୁଳା ଫେନିଭ ସୁରା,
କେବେ ସପ୍ତର୍ଷିଙ୍କ ସ୍ୱାତୀ ସତଭିଶା
କେବେ ପୁଣି ଲଞ୍ଜା ତାରା
ଖସି ପଡୁଥାଅ ଆକାଶ ବକ୍ଷରୁ
ଝଲସାଇ ଜ୍ୟୋତି ଧାରା,
କେତେବେଳେ ତୁମେ ଫୁଙ୍ଗୁଳା ଆକାଶେ
ମୁକୁଳା ବିହଙ୍ଗ ପକ୍ଷ
ଆଉ କେତେବେଳେ କୁହୁଳା ମନର
ଋତୁଜଳା ବଇଶାଖ,
କେତେବେଳେ ପୁଣି ଉତପ୍ତ ଲାଭାର
ସୁପ୍ତ ପ୍ରବାହିତ ଝର
କେତେବେଳେ ଏକ ଶୁଭ୍ର ତଟିନୀ
ଉଛୁଳା ଉଛୁଳା ଧାର,
କେତେବେଳେ ତୁମେ ମଧୁଶାଳା ସାକୀ
ମଦହୋସି ମଦାଳସା
ପୁଣି କେତେବେଳେ
ପ୍ରୀତି ପିଆଲାର ଗୋଲାପୀ ମହୁଲି ନିଶା.....,
କେତେବେଳେ ତୁମେ ୠତୁମତୀ ଟିଏ
କେତେବେଳେ ଉନ୍ମାଦିନୀ
କେତେବେଳେ ପୁଣି ଅଭିଆଡି ମାନ
କେତେବେଳେ ଆଲ୍ହାଦିନୀ,
କେବେ ଅବା ତୁମେ କୁଆଁରୀ ଘାଟର
ଜୁଡୁବୁଡୁ ଦେହଟିଏ
ଆଉ କେତେବେଳେ ଶ୍ରାବଣୀ ଆକାଶ
ଛଳଛଳ ଆଖିଲୁହେ ?।।

ମଦାଳସ : ରୋ.ଟ୍ରା. — Madāḻasa ଆଇ.ପି.ଏ. — mˈʌdal̩ˌʌʃɔ (ମଦାଳସା—ସ୍ତ୍ରୀ) ମଦବିହଳ; ଆକେଶ ବିହ୍ୱଳ —Overcome with passion; maddened with felling or lust.


ରଚନା : ତପନ ଦୀକ୍ଷିତ(ବେଳାଭୂମି)

ଠିକଣା : ନାସିକେଶ୍ୱର,କାକଟପୁର, ପୁରୀ ଦୂରଭାଷ : 9537400744

Post a Comment

0Comments
Post a Comment (0)