ଥରେ ଖଣ୍ଡା ପ୍ରୟୋଗ ହେଲେ
କ୍ଷତାକ୍ତ କରେ ଜଣ କୁ
କିନ୍ତୁ କଲମ ଥରେ ପ୍ରୟୋଗ ହେଲେ
କ୍ଷତାକ୍ତ କରେ ଲକ୍ଷ ଲକ୍ଷ ଙ୍କୁ।

ଲେଖକର ମନେ କଲମ ଭରଇ
ଆତ୍ମପ୍ରସାଦ ଓ ବିଶ୍ଵାସ
ନିର୍ବଳ ର ବଳ କଲମ ର ବାଣୀ
ବଞ୍ଚିବାର ଶ୍ୱାସପ୍ରଶ୍ୱାସ।


କଲମ ପାଇଁ ତ ସଫଳ ବିଦ୍ଵାନ
ଜଗତ ରେ ଲଭେ ଖ୍ଯାତି,

ଲେଖଇ କଲମ ଅନ୍ତରର କଥା
ଲେଖଇ ଅଭୁଲା ସ୍ମୃତି।

କଲମ ବଳ ରେ ଲେଖା ହୁଏ ସିନା
ଯୁଗ ଯୁଗ ଇତିହାସ,
କଲମ ପାଇଁ ତ ଶୁଖିଲା ଓଠ ରେ
ଉକୁଟଇ ସ୍ମିତ ହାସ।

ଲେଖଇ କଲମ ବିରହ ର ଗାଥା
ଲେଖଇ ଅଭୁଲା କଥା,
ଦୂର କରି ପାରେ କଲମ ର କାଳି
ବ୍ୟଥିତ ମନ ର ବ୍ୟଥା।


ମାର୍ଫତ _ଜଗନ୍ନାଥ ପଣ୍ଡା
ମଙ୍ଗଳପୁର, ଯାଜପୁର, କନିକାପଡା
755011
ମୋ _7608940823

Panda. Jaga 25580@gma.com


ରଚନା : ସରସ୍ବତୀ ପଣ୍ଡା

ଠିକଣା : ମଙ୍ଗଳପୁର, ଯାଜପୁର ଦୂରଭାଷ : ୭୬୦୮୯୪୦୮୨୩