କାଲି ପିଟୁଥିଲେ ବହେ ଲାଠିରେ ,
ଆଜି ଦେଉଛନ୍ତି ଚକୋଲେଟ ।
ଏ ପୁଲିସି ମାମୁଁଙ୍କୁ ବୁଝିବା ଭାରି କଷ୍ଟ ,
ତୁ ପିନ୍ଧୁଥା ସଦା ହେଲମେଟ ।

ଆଉ ଯଦି ମଦୁଆ ପୁଲିସି ହାବୁଡ଼େ ପଡ଼ିବୁ ,
ସେ ଫୁଙ୍କ ପୁରେଇବ ନିଜ ପାଟିରେ ।
ତୁ ମଦ ପିଇଛୁ ବୋଲିକି କହିବ ,
ମୋଟା ଚାଲାଣ ଧରେଇବ ତୋ ହାତରେ ।

ଏଠି ଗାଡ଼ ପ୍ରବଳ ନାଳ ପ୍ରବଳ ,
ପଡିଯିବୁ କେବେ ରାସ୍ତା ରେ ।
କିନ୍ତୁ ଦେଖିବାକୁ କେହି ନାହିଁ ତତେ ,
ସବୁ ଲାଗିଛନ୍ତି ଖାଲି ଜନତାଙ୍କୁ ଲୁଟିବାରେ ।

ତେଣୁ ହେଇଯା ବାବୁ ସଚେତନ ,
କରିବୁନି ଜମା ପ୍ରଦୂଷଣ ।
ବୀମା କମ୍ପାନୀ ଟା ଲୁଟୁ ପଛେ ଯେତେ ,
ପଲିସୀ କରିବ ତତ୍କ୍ଷଣ ।

ନହେଲେ ସବୁ ଅର୍ଥ ତୋର ଫାଇନି ରେ ଯିବ ,
ଯାହା ଅର୍ଜି ଥିବୁ ତୁ କଷ୍ଟ ରେ ।
ତେଣୁ ବେଳ ଥାଉ ଥାଉ ହେଇଯା ସାବଧାନ ,
ନିୟମ ମାନିକି ଚାଲୁଥା ତୁ ରାସ୍ତା ରେ ।


ରଚନା : ଜ୍ୟୋତି ରଂଜନ ସୁବୁଦ୍ଧି

ଠିକଣା : ବାଛରା, ଜଟଣୀ, ଖୋର୍ଦ୍ଧା ଦୂରଭାଷ :