*****************
ମନ ଅଗଣାରେ ସଜାଡି ବସିଛି
ତୁମ ଆଗମନ ପାଇଁ,
ନା ନା ବିଧ ଫୁଲ ସାଇତି ରଖିଛି
ଉପହାର ଦେବା ପାଇଁ।
ଭକତି ରେ ଦୀପ ଢାଳି ଦେବି ମୁହିଁ
ଦେଇ ଘୃତର ଦିପାଳୀ,
ନୈବେଦ୍ୟ ଦେବାକୁ ଚାହିଁ ବସିଅଛି
ମରତେ ଆସିବ ବୋଲି।
ଖୋସାରେ ତୁମର ସଜାଇ ଦେବି ମା
ରଜନୀ ଗନ୍ଧ। ର ମାଳ,
ପାଦରେ ଅଳତା ମଥାରେ ସିନ୍ଦୂର
ରୁଣୁଝୁଣୁ ଚୁଡି ମାଳ।
ଶୟନେ ସପନେ ଜାଗରଣ ଅବା
ଲୋଡ଼େ ତୁମରି ପରଶ,
ପାଷାଣ ନ ହୋଇ ଆସ ହେ ଓହ୍ଲାଇ
ଖୋଜେ ତୁମରି ଆଶିଷ।
ତୁମେ ଆସିଗଲେ ଏ ମନ ହୃଦୟ
ଭୂରୁ ଭୁରୁ ବାସିଯିବ,
ସେହି ବାସନାରେ ସଂସାର ହସିବ ଜୀବନ ଧନ୍ୟ ହୋଇବ।
**********************
ସନ୍ଧ୍ୟାରାଣୀ ଦାଶ
ସହକାରୀ ଶିକ୍ଷୟିତ୍ରୀ
ଜଗତସିଂହପୁର
ମୋ--୯୮୬୧୫୪୦୨୦୭
sandhyarani10477@gmail.com
ରଚନା : ସନ୍ଧ୍ୟାରାଣୀ ଦାଶ
ଠିକଣା : ସହକାରୀ ଶିକ୍ଷୟିତ୍ରୀ, ଜଗତସିଂହପୁର ଦୂରଭାଷ : ୯୮୬୧୫୪୦୨୦୭
Sent via Google Forms Email
