●ବାଜି ରାଉତ●
ତେଜୋଦ୍ଦୀପ୍ତମୟ ଅମଳିନ ରବି
ଉତ୍କଳ ମାଟିର ବୀର
ବାର ବରଷର ବାଳୁତ ସନ୍ତାନ
ଲେଖିଗଲ ସ୍ୱର୍ଣାକ୍ଷର..!
ଅନ୍ୟାୟ ଅନୀତି ଅଧର୍ମ ବିରୋଧେ
ତେଜିଥିଲା ତୁମ ସ୍ୱର
ଇଂରେଜ ଶାସନ କମାଣ ଆଗରେ
ନଇଁ ନଥିଲା ସେ ଶିର..!
ମାତୃଭୂମି ମାନ ମହତ ନିମନ୍ତେ
ଚୁମି ଫିରଙ୍ଗୀଙ୍କ ଗୁଳି
ଜନମ ଭୁଇଁର ପଣତେ ଶୋଇଲ
ଲୋହିତ ରକତ ବୋଳି..!
ଗଡଜାତ ଆନ୍ଦୋଳନ ଶ୍ରେଷ୍ଠ ପୁତ୍ର
ଅମର ସହିଦ୍ ବାଜି
କୀରତି ବିଭବ ବୀରତ୍ବ ସୁରୁଜ
ଦିନୁ ଦିନ ଜଳେ ତେଜି..!
ଝୁରେ ମା' ମମତା କାହିଁଗଲ ସୁତ
ସ୍ନେହ କୋଳ କରି ଶୂନ୍ୟ
ବ୍ରାହ୍ମଣୀ ନଦୀର ପ୍ରଶସ୍ତ ବୁକୁରେ
ଶୋଇଗଲୁ କି ମୋ ଧନ..!
ପଥଭ୍ରଷ୍ଟ ଜନ ରକତେ ଐତିହ୍ୟ
ପଡିଲାଣି ଯେବେ ଶୋଇ
ଆଉଥରେ ଜାଗ ଏ ମାଟି ସନ୍ତାନ
ବୀରତ୍ବ ଗାରିମା ଗାଇ..!
ଦେଶ ମାତୃକାର ଜୟଯାତ୍ରା ପାଇଁ
ଟଳିଯାଉ ପଛେ ମଥା
ପ୍ରତି ମନେ ଜାଗୁ ପରଜା ମଣ୍ଡଳ
ଅଟଳ ସପଥ ଗାଥା..!
ଏ ମାଟି ଗଢିଛି କେତେ ସୁର ବୀର
ତୁହି କାଇଁ ଏତେ ଭୀରୁ
ସୁଆର୍ଥ ଲାଳସା ଅନ୍ଧ ମୁହାଣିରେ
ମଣିଷତ୍ୱ ନିତି ମାରୁ..!
ପ୍ରତି ପ୍ରାଣେ ଜାଗୁ ବାଜିଆ ବୀରତ୍ବ
ହସୁ ମୋ ଉତ୍କଳ ମାଟି
ସପତ କେସରୀ ଅଟଳ ସାହସେ
ଫୁଲିଉଠୁ ବୀର ଛାତି...!
×××××××××××××
ଶିବ ଚରଣ ମହାପାତ୍ର
ଚକ୍ରଧରପୁର:କେନ୍ଦୁଝର
ତେଜୋଦ୍ଦୀପ୍ତମୟ ଅମଳିନ ରବି
ଉତ୍କଳ ମାଟିର ବୀର
ବାର ବରଷର ବାଳୁତ ସନ୍ତାନ
ଲେଖିଗଲ ସ୍ୱର୍ଣାକ୍ଷର..!
ଅନ୍ୟାୟ ଅନୀତି ଅଧର୍ମ ବିରୋଧେ
ତେଜିଥିଲା ତୁମ ସ୍ୱର
ଇଂରେଜ ଶାସନ କମାଣ ଆଗରେ
ନଇଁ ନଥିଲା ସେ ଶିର..!
ମାତୃଭୂମି ମାନ ମହତ ନିମନ୍ତେ
ଚୁମି ଫିରଙ୍ଗୀଙ୍କ ଗୁଳି
ଜନମ ଭୁଇଁର ପଣତେ ଶୋଇଲ
ଲୋହିତ ରକତ ବୋଳି..!
ଗଡଜାତ ଆନ୍ଦୋଳନ ଶ୍ରେଷ୍ଠ ପୁତ୍ର
ଅମର ସହିଦ୍ ବାଜି
କୀରତି ବିଭବ ବୀରତ୍ବ ସୁରୁଜ
ଦିନୁ ଦିନ ଜଳେ ତେଜି..!
ଝୁରେ ମା' ମମତା କାହିଁଗଲ ସୁତ
ସ୍ନେହ କୋଳ କରି ଶୂନ୍ୟ
ବ୍ରାହ୍ମଣୀ ନଦୀର ପ୍ରଶସ୍ତ ବୁକୁରେ
ଶୋଇଗଲୁ କି ମୋ ଧନ..!
ପଥଭ୍ରଷ୍ଟ ଜନ ରକତେ ଐତିହ୍ୟ
ପଡିଲାଣି ଯେବେ ଶୋଇ
ଆଉଥରେ ଜାଗ ଏ ମାଟି ସନ୍ତାନ
ବୀରତ୍ବ ଗାରିମା ଗାଇ..!
ଦେଶ ମାତୃକାର ଜୟଯାତ୍ରା ପାଇଁ
ଟଳିଯାଉ ପଛେ ମଥା
ପ୍ରତି ମନେ ଜାଗୁ ପରଜା ମଣ୍ଡଳ
ଅଟଳ ସପଥ ଗାଥା..!
ଏ ମାଟି ଗଢିଛି କେତେ ସୁର ବୀର
ତୁହି କାଇଁ ଏତେ ଭୀରୁ
ସୁଆର୍ଥ ଲାଳସା ଅନ୍ଧ ମୁହାଣିରେ
ମଣିଷତ୍ୱ ନିତି ମାରୁ..!
ପ୍ରତି ପ୍ରାଣେ ଜାଗୁ ବାଜିଆ ବୀରତ୍ବ
ହସୁ ମୋ ଉତ୍କଳ ମାଟି
ସପତ କେସରୀ ଅଟଳ ସାହସେ
ଫୁଲିଉଠୁ ବୀର ଛାତି...!
×××××××××××××
ଶିବ ଚରଣ ମହାପାତ୍ର
ଚକ୍ରଧରପୁର:କେନ୍ଦୁଝର
Sent from my Samsung Galaxy smartphone.
0 Comments
You can write now your valuable comments here. Off-topic comments may be removed or deleted without prior notice.