ବିଜ୍ଞାନ ବିଦ୍ଵାନ ନବ ଉଦ୍ଭାବନ
ବୈଜ୍ଞାନିକ ଦାନଧନ ,
ଉଦ୍ଭାଷିତ ଛବି ଅଭିଜ୍ଞ ବିଜ୍ଞାନୀ
ଗବେଷଣା ପ୍ରୀତିପ୍ରାଣ ! !

ଅନ୍ତରୀକ୍ଷେ ରୋପେ ଗ୍ରହ ଉପଗ୍ରହ
ମହାକାଶେ ରଖେ ପାଦ ,
ଯାନ ମହାଯାନ ପ୍ରେରଣ ସାଧନ
ଆହାକି ଚମକ ପ୍ରଦ ! !

ବିଜ୍ଞାନ ପ୍ରସଙ୍ଗ ବିସ୍ତାରିତ ଅଙ୍ଗ
ପ୍ରସ୍ତୁତି ପ୍ରଶତି ଭିନ୍ନ ,
ବିସ୍ତୀର୍ଣ୍ଣ ଭାବନା ସର୍ବ ସଂଭାବନା
ଶୂନ୍ୟତାକୁ କରେ ପୁର୍ଣ୍ଣ ! !

କୃତ୍ରିମ ବିଭବ ବିଜ୍ଞାନର ଭାବ
ଅଭାବକୁ କରେ ଦୂର ,
ନବ ଦିଗନ୍ତର ସୁ-ଉଚ୍ଚ ବେତାର
ଊପଗ୍ରହେ ନିରନ୍ତର ! !

ରସାୟନ ମନ୍ତ୍ର ପଦାର୍ଥେ ନିହିତ
ସୂକ୍ଷ୍ମ ଚିନ୍ତାଧାରା କୀର୍ତ୍ତି ,
ଆଲୋକ ବର୍ତ୍ତିକା ହୃଦ ସ୍ମରଣିକା
ବୈଜ୍ଞାନିକ ଶୁଭ୍ର ଜ୍ୟୋତି ! !

ପଦାର୍ଥ ଭୌତିକ ବିଜ୍ଞାନ ସନ୍ତକ
ନବ ସରଂଜାମ ଯୋଗ ,
ଭିନ୍ନତା ମଧ୍ୟରେ ସଂଯୋଗ ଘଟିଲେ
ପ୍ରାପ୍ତ ହୁଏ ମହାଭାଗ ! !

ଆଶାର ପ୍ରଦୀପ ବିଜ୍ଞାନର ଲେପ
ପ୍ରାଣ କୃଷ୍ଣ ପ୍ରଜ୍ଞା ଦୀପ୍ତ ,
ପଠାଣି ସାମନ୍ତ ଓଡ଼ିଆ ଗୌରବ
ଗ୍ରହ ତାରା ପୁଞ୍ଜେ ଲିପ୍ତ ! !

ବାଉଁଶ ନଳୀରେ ଦୂରତା ମାପିଲେ
ସାମନ୍ତ ଚନ୍ଦ୍ର ଶେଖର ,
ଜନମ ସ୍ଥାନରୁ ଶ୍ରୀକ୍ଷେତ୍ର ଯିବାକୁ
ପାହୁଣ୍ଡ ପନ୍ଦର ଶହ ! !

ଗାଲିଲିଓ ରତ୍ନ ଅମୂଲ୍ୟ ଶେଷାଙ୍କ
ଦୂରବିକ୍ଷଣର ସ୍ରଷ୍ଟା ,
ଅଣୁ ପରମାଣୁ ବାୟୁ ମଣ୍ଡଳକୁ
ଘେରିଛି ସର୍ଵଦା ଭ୍ରାତା ! !

ନିଉଟନ ମନ ଆକର୍ଷଣେ ଜାଣ
ମାଧ୍ୟା ଆକର୍ଷଣ ବଳ ,
ପୃଥିବୀ ବକ୍ଷକୁ ଆସୁଛିତ ସବୁ
ନିକ୍ଷେପିଲେ ସର୍ବଫଳ ! !

ଅଧୁନା ବିଜ୍ଞାନ ସର୍ବଶ୍ରେଷ୍ଠ ଧନ
ବିଜୟର ଦ୍ଵାରଦେଶେ ,
ଚାନ୍ଦ୍ରାୟାଣ ଯାନ ବସତି ସ୍ଥାପନ
ଇଶ୍ରୋ କୋଳେ ପୁଣିହସେ ! !


ରଚନା : ସଦାନନ୍ଦ ସାହୁ

ଠିକଣା : ଧୁରୁଷିଆ, ଆଠଗଡ଼, କଟକ, ଦୂରଭାଷ : 7978517998