ନଟିଆ ଜେଜେ'ର ଶୂନ ଗାଡି
ସକାଳୁ ଯାଏ ଗଡି ଗଡି ।
ଗୀତ ଗାଏ ଜେଜେ ରଡ଼ି ଛାଡି
ବ୍ଯାୟମ କର ପାଦ କାଡି ।
ହାତେ ଧରି ଶୂନ ଗାଡି ବାଡି ,
ରଖିଲେ ଗାଡି ବାଟ ଛାଡି ।
ଏକ ,ଦୁଇ ,ତିନି ଅଙ୍କ ଗଣି,
ନାଚଇ ଜେଜେ କରି ଠାଣି ।
ନଟିଆ ଜେଜେ'ର ଭାରି ଟାଣ ,
ଦେଶ ଯବାନ ଥିଲା ଜାଣ ।
ବାଏଁ ଡାଏଁ ବୁଢା ଛାଡେ ରଡ଼ି ,
ଆଗକୁ ପାଦ ଯାଏ ମାଡି ।
ଚାରି ,ପାଞ୍ଚ ,ଛଅ ଅଙ୍କ ଗଣି ,
ତଳ ଉପର ହାତ ଠାଣି ।
ଥମ୍ ଥମ୍ ବୁଢା ଦେଲେ ରଡ଼ି
ରହିଲେ ଧିରେ ପାଦ ଯୋଡି ।
ପିଛେ ମୁଡ୍ ଜେଜେ ପାଟି କରି
ପଛକୁ ଘୂରେ ପେଣ୍ଡୁ ପରି ।
ସାତ,ଆଠ,ନଅ,ଦଶ ଅଙ୍କେ,
ଜେଜେ ଦୌଡ ଭଉଁରି ବାଙ୍କେ ।
ଆଗେ ମୁଡ୍ ଜେଇସେ ତେଇସେ ,
ବିଶ୍ରାମ କରି ଜେଜେ ହସେ ।
ଶରୀର ସୁନ୍ଦର ବ୍ଯାୟମରେ ,
ସୁସ୍ଥ ବୁଦ୍ଧି ହିଁ ପଠନରେ ।
ନଟିଆ ଜେଜେ'ର ଶୂନ ଗାଡି
ସକାଳୁ ଯାଏ ଗଡି ଗଡି ।


ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଗଂଜାମ ଦୂରଭାଷ : 9566876504