ଶରଣଂ ଗଛାମି
^^^^^^^^^^^^^
କିଏ କହିବ କେମିତି କରୁଣା କରିବ ତୁମେ
କେମିତି ମରୁରେ ତୁମେ ଶ୍ରାବଣ ଦେବ
ପାହାଡର ବୁକୁ ଚିରି ଅମୃତ ଝରିଲା ପରି
କରୁଣା ତୁମର ଗିରି ଝରଣା ହେବ !
ପ୍ରଭୁ, 
ତୁମେ ଜାଣ ତୁମେ କେବେ କିସ କରିବ ,
କେଉଁ ଭିକାରୀ କି ତୁମେ ରାଜ ସିଂହାସନ ଦେଇ 
ରାଜେଂଦ୍ର ଆସନୁ କାକୁ ଓହ୍ଲାଇ ଦେବ !

ତୁମେ ମାୟା ମୟ ତୁମେ ବିଚିତ୍ର କର୍ମା 
କରିଦିଅ ଧରଣୀକୁ ବିଚିତ୍ର ବର୍ଣ୍ଣା 
ତୁମେ ଯଦି ଚାହଁ 
ଦୁବ ଦେବଦାରୁ ହେଇ ଯାଇ
ତୁମେ ଚାହିଁଲେ ପର୍ବତ ଟଳି ପଡିବ !

ଅଭିମାନ ଅଭିଯୋଗ କରିବ କିଏ
ତୁମକୁ ସ୍ବୀକାରେ ତୁମ ବିରୋଧୀ ଯିଏ
ତୁମେ ରହସ୍ୟ ପୁରୁଷ
ତୁମେ ଶେଷ ଅବଶେଷ
ତୁମକୁ ଭୁଲିଲେ କିଏ ଭଲେ ରହି ପାରେ ନାହିଁ 
ଅଂତ କାଳେ ତୁମ ପାଦେ ଶରଣ ନେବ !

             &&&&
ଭୁବନେଶ୍ୱର
ସୁବଳ ରାଉତରାୟ
8118031316