ମୋ ମନ ଆକାଶ ଜହ୍ନ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
• ତୁଉ ମୋର ଜୀବନର     ମୋ ମନ ଆକାଶ ଜହ୍ନ
• ମାଟି ଘଟ ଶରୀର ରେ   ତୁଉ ମୋ ପ୍ରାଣ ସ୍ପନ୍ଦନ  
• ଆଗୋ ମୋର ପ୍ରୀୟ ସହୀ
• ପୁଣ୍ୟ ଆତ୍ମା ପୁଣ୍ୟ ଦେହୀ
• ଜନ୍ମ ଜନ୍ମାନ୍ତରେ ତୋର     ମୋର ଏ ଅପୂର୍ବ ବନ୍ଧନ
• ତୁଉ ମୋର ଜୀବନର      ମୋ ମନ ଆକାଶ ଜହ୍ନ    ।।
•
• ତୋ ପଣତ କାନି ତଳେ      ମୋର ଏ ଅବୁଝା ମନ
• ବାନ୍ଧି ହୋଇଗଲା ସାଥି    ଲଭି ତୋର ସ୍ନେହ ପ୍ରେମ
• ଅମୃତ ମୟ ମଧୁର
• ନୈସର୍ଗିକ ପ୍ରେମ ତୋର
• ମୋତେ କରିଅଛ ସହୀ     ଏତେ ବଳିୟାନ ମହାନ
• ତୁଉ ମୋର ଜୀବନର      ମୋ ମନ ଆକାଶ ଜହ୍ନ    ।।
•
• ତୋ ହସରେ ମୋ ସଂସାର ଲାଗେ ବୈକୁଣ୍ଠ ସମାନ
• କୁସୁମିତ   ହୁଏ   ପ୍ରତି    ପ୍ରଭାତେ  ମୋର  ଅଙ୍ଗନ
• ମଧୁ ସଉରଭ ଛୁଟେ
• ମନ,ପ୍ରାଣ ନାଚି ଉଠେ
• ବୈଶାଖେ ଅବା ବସନ୍ତ      ଲହରେ ମଳୟ ପବନ
• ତୁଉ ମୋର ଜୀବନର      ମୋ ମନ ଆକାଶ ଜହ୍ନ    ।।
•
• ତୁଉ ସତୀ ବୃନ୍ଦାବତୀ          ମୁଁଉ ଜଳନ୍ଧର ସମ
• ତୋ ପାଇଁ ଜଗତଜିତା        କ୍ଷାତି ରେ ମୁଁ ପରିପୂର୍ଣ୍ଣ
• ତୁ ଶୁଭାଙ୍ଗୀ ସୁହାସିନୀ
• ମୋ ପ୍ରାଣ ପ୍ରାଣସଙ୍ଗିନୀ
• ଯୁଗେ ଯୁଗେ ତୋର ମୋର  ବିହି ର ବିଚିତ୍ର ବିଧାନ
• ତୁଉ ମୋର ଜୀବନର      ମୋ ମନ ଆକାଶ ଜହ୍ନ    ।।

Post a Comment

0Comments
Post a Comment (0)