ମୋ ମନ ଆକାଶ ଜହ୍ନ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
ତୁଉ ମୋର ଜୀବନର     ମୋ ମନ ଆକାଶ ଜହ୍ନ
ମାଟି ଘଟ ଶରୀର ରେ   ତୁଉ ମୋ ପ୍ରାଣ ସ୍ପନ୍ଦନ  
ଆଗୋ ମୋର ପ୍ରୀୟ ସହୀ
ପୁଣ୍ୟ ଆତ୍ମା ପୁଣ୍ୟ ଦେହୀ
ଜନ୍ମ ଜନ୍ମାନ୍ତରେ ତୋର     ମୋର ଏ ଅପୂର୍ବ ବନ୍ଧନ
ତୁଉ ମୋର ଜୀବନର      ମୋ ମନ ଆକାଶ ଜହ୍ନ    ।।
ତୋ ପଣତ କାନି ତଳେ      ମୋର ଏ ଅବୁଝା ମନ
ବାନ୍ଧି ହୋଇଗଲା ସାଥି    ଲଭି ତୋର ସ୍ନେହ ପ୍ରେମ
ଅମୃତ ମୟ ମଧୁର
ନୈସର୍ଗିକ ପ୍ରେମ ତୋର
ମୋତେ କରିଅଛ ସହୀ     ଏତେ ବଳିୟାନ ମହାନ
ତୁଉ ମୋର ଜୀବନର      ମୋ ମନ ଆକାଶ ଜହ୍ନ    ।।
ତୋ ହସରେ ମୋ ସଂସାର ଲାଗେ ବୈକୁଣ୍ଠ ସମାନ
କୁସୁମିତ   ହୁଏ   ପ୍ରତି    ପ୍ରଭାତେ  ମୋର  ଅଙ୍ଗନ
ମଧୁ ସଉରଭ ଛୁଟେ
ମନ,ପ୍ରାଣ ନାଚି ଉଠେ
ବୈଶାଖେ ଅବା ବସନ୍ତ      ଲହରେ ମଳୟ ପବନ
ତୁଉ ମୋର ଜୀବନର      ମୋ ମନ ଆକାଶ ଜହ୍ନ    ।।
ତୁଉ ସତୀ ବୃନ୍ଦାବତୀ          ମୁଁଉ ଜଳନ୍ଧର ସମ
ତୋ ପାଇଁ ଜଗତଜିତା        କ୍ଷାତି ରେ ମୁଁ ପରିପୂର୍ଣ୍ଣ
ତୁ ଶୁଭାଙ୍ଗୀ ସୁହାସିନୀ
ମୋ ପ୍ରାଣ ପ୍ରାଣସଙ୍ଗିନୀ
ଯୁଗେ ଯୁଗେ ତୋର ମୋର  ବିହି ର ବିଚିତ୍ର ବିଧାନ
ତୁଉ ମୋର ଜୀବନର      ମୋ ମନ ଆକାଶ ଜହ୍ନ    ।।

Post a Comment

0Comments
Post a Comment (0)