ଓଡିଶା ଏ ରାଜ୍ୟ 'ଉରିଶା' ନୁହଁ, 
ଭାବିଚିନ୍ତି ଟିକେ ବାଗେଇ କୁହ |
ପଖାଳ ଖିଆ ପାଟି ସବୁ ଉତ୍କଳର ଝିଅ ପୁଅ,
ପିଜା ବର୍ଗର କଉ ବାଗକୁ ନୁହଁ |
ଓଡ଼ିଆ ଆମ ଭାଷା 'ଉଡିଆ' ନୁହଁ,
ଓଡ଼ିଆ ହେଇ ତମେ ଓଡ଼ିଆ କୁହ |
ହୁଅ ତମେ ବାରିଷ୍ଟର କି ହୁଅ କଲେକ୍ଟର,
ଶ୍ରଦ୍ଧା କର ଓଡିଶାକୁ ଆମେ ସନ୍ତାନ ଉତ୍କଳର |
ରାଇଜ ବାହାରେ ରହି ତୁ ଇଂରାଜୀ ଚୋବାଉ,
ଓଡିଶା କଥା ତୋର ମନେ ପଡ଼େନି କି' ରେ ଆଉ ?

Writer's Details: Ranjita Das ,NIT Rourkela, Odisha, India.
Content Category:
Submission Date: Aug 05, 2019