ଜୀବନ ଚିଠି - ସଂଯୁକ୍ତା ରାଉତ

0
ଜୀବନ ଚିଠିର ଆରମ୍ଭ ଏନ୍ତୁଡ଼ି 
ଶେଷ ଠିକଣାଟି ଜୁଇ
ଅଢ଼େଇ ଦିନର ଜୀବନକୁ ନେଇ
ଏତେ ଅଭିମାନ କାହିଁ ??

କିଏ କେତେ ଦିନ ରହିବ ମହୀରେ
କିବା ଏଠୁ ନେଇ ଯିବ
ତଥାପି କାହିଁକି ଏତେ ଅହଂକାର
ବୁଝେନି ଏହି ମାନବ ୲୲

ସମ୍ପର୍କର ଡ଼ୋର ସବୁ ହୃଦୟକୁ
କାହିଁକି ବାନ୍ଧି ନପାରେ ?
କାହିଁକି ମଣିଷ ନିଜ ସ୍ଵାର୍ଥ ପାଇଁ
ଅନ୍ୟର ଅନିଷ୍ଟ କରେ ??

ପ୍ରତିଶୃତି ଏଠି ପାଣିରେ ଯେ ଗାର
କେବେ ସତ କେବେ ମିଛ
ଟିକେ ଟିକେ କଥା ମନେ ଆଣେ ରୋଷ
କେବେ ଆଣେ ଓଠେ ହସ ୲୲

ମାଟିର ଶରୀର ମାଟିରେ ମିଶିବ
ଏକଥା ବୁଝିବ ଯେବେ
ଦୁଃଖ ବିଷାଦର ଜୀବନ ସ୍ରୋତଟି
ମଧୁମୟ ହେବ ସେବେ ୲୲ 

Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: Jul 08, 2019

Post a Comment

0Comments
Post a Comment (0)