ସକଳ ଭାଷାର ଉତ୍ସ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
• ତୁମନାମେ କି ଭାଷାରେ 
• ଲେଖିବି ଗୀତ , କଳା ସାଆନ୍ତ
• ତୁମେତ ସକଳ ଭାଷା ସକଳ ଉତ୍ସ ‌ ,
• ତୁମନାମେ କି ଭାଷାରେ…।।
•
• କୋଇଲି ଗୀତ ରେ ତୁମେ 
• ତୁମେ ପୁଣି ଫୁଲବନେ
• ବସନ୍ତ,ଶୀତ ରେ ତୁମେ
• ତୁମେ ମଳୟ ପବନେ
• ନିଦାଘ ରେ ରୁଦ୍ର ରୂପୀ  ହୁଅ ବିଦିତ ,
• ତୁମ ନାମେ କି ଭାଷାରେ… ।।
•
• ଜନମେ ମରଣେ ତୁମେ 
• ହସରେ କାନ୍ଦରେ
• ଶୟନେ,ସପନେ,ଯାଗ-
• -ରଣେ, ସବୁଠାରେ
• ପ୍ରଜାପତି ରୂପୀ ସତେ ଆହା କି ବିଚିତ୍ର ,
• ତୁମ ନାମେ କି ଭାଷାରେ…।।
•
• ମଧୂପ ଗୁଞ୍ଜନେ ତୁମେ 
• ବୀଣା ରାଗିଣୀ ରେ
• ସଂସାର ବନ୍ଧନେ ତୁମେ
• ଚପଳଛନ୍ଦା ରେ
• ହଳାହଳ କେବେ ପୁଣି ତୁମେତ ଅମୃତ ,
• ତୁମନାମେ କି ଭାଷାରେ…।।
•
• ସକାଳ କଅଁଳ ଖରା
• ଘନ କୁହୁଡି ରେ
• ଆକାଶ ନୀଳିମା ତୁମେ
• ନୀଳ ସାଗରରେ
• ସକଳାଦୀ ଅଧିଶ୍ଵର ଶରଣ ଦିଅତ ,
• ତୁମ ନାମେ କି ଭାଷାରେ….।।

Post a Comment

0Comments
Post a Comment (0)