ରୂପବତୀ ପ୍ରିୟା - ସୁନୀଲ କୁମାର ବେହେରା

0
ରଖିଲି ଆଖି ଯୋଖି ସଖୀ ରୂପସଙ୍ଗକୁ....
କେହି ବା ନୋହିବେ ସମ ତୋର ରୂପକୁ,
ରଖିଲି ଆଖି ଯୋଖି ସଖୀ ରୂପସଙ୍ଗକୁ.....।

ଚାଲି ଆସିବା ଠାଣି 
ସିଂହ ବନେ ଭ୍ରମ‌ଣୀ
ଗଳେ ଲୋମକୁ ସାଜି ସାଧୁଭାବକୁ....
ରଖିଲି ଆଖି ଯୋଖି ସଖୀ ରୂପସଙ୍ଗକୁ।।

ଦିଜରାଜ ଆତଙ୍କେ
ଶଶା ଗହ୍ୱର ଅଙ୍କେ
ସମାନେ ନୋହିବାରୁ ତୋର ମୁଖକୁ....
ରଖିଲି ଆଖି ଯୋଖି ସଖୀ ରୂପସଙ୍ଗକୁ।।

ଦେଖି ତୋ ଚଲାପାଦକୁ
ହୃଦୟେ ବହି କ୍ଷେଦକୁ
ରାଜହଂସ ପଳାଇଲା ସରୋବରକୁ...
ରଖିଲି ଆଖି ଯୋଖି ସଖୀ ରୂପସଙ୍ଗକୁ।।।

ଦେଖି ତୋ ଚନ୍ଦ୍ରମୁଖକୁ
ବ‌ଉଦ କହେ ମେଘକୁ
ପବନ ବି ଲୁଚିଯାଏ ପରବତକୁ...
ରଖିଲି ଆଖି ଯୋଖି ସଖୀ ରୂପସଙ୍ଗକୁ।।।।

Post a Comment

0Comments
Post a Comment (0)