କିଏ କଣ କହେ‌ - କୌଶିକ କୁମାର ହୋତା

0
ଘଡି କହେ ସଦା ସମୟକୁ କେବେ
                     କରନାହିଁ ଅପଚୟ,
ସମୁଦ୍ର କହଇ ସୁବିଶାଳ କର
                      ସଦା ନିଜର ହୃଦୟ ll
ପିମ୍ପୁଡି କହଇ କାମ କରିଚାଲ
                          କାଳେ କାଳେ ନିରନ୍ତର,
ପୃଥିବୀ କହଇ ସଦାବେଳେ ହୁଅ
                      ସହନଶୀଳ ଅନ୍ତର ll
ଦୀପ କହିଥାଏ ଅନ୍ଧକାରେ ରହି
                        ଅନ୍ୟକୁ ଆଲୁଅ ଦିଅ,
କୁକୁର କହଇ ଦୁଃଖ ଥାଇ ସୁଦ୍ଧା
                           ଅନ୍ୟର ବିଶ୍ୱାସୀ ହୁଅ ll
କୋଇଲି କହଇ ମିଠା କଥା କହି
                          ଜନମନ ତୋଷି ଦିଅ,
କାଉ କହେ ଏଇ ବିଶାଳ ଜଗତେ
                        ସବୁଠୁ ଚତୁର ହୁଅ ll
ପାହାଡ଼ କହଇ ଧାର୍ଯ୍ୟଶୀଳ ହୁଅ
‌                                  ଜଗତେ ଜିଣିବ ଯେବେ,
‌              ମହୁମାଛି କହେ ସଞ୍ଚିବାର ଗୁଣ
‌                                  ଜୀବନେ ନଛାଡ଼ ଲବେ ll
‌               --------------*--------------
‌କୌଶିକ କୁମାର ହୋତା, ନବମ ଶ୍ରେଣୀ,
କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୁରଭଞ୍ଜ l ଦୂରଭାଷ :-9438745662

Post a Comment

0Comments
Post a Comment (0)