ଜୀବନ ବାଟରେ ଯଦି କେବେ ଥରେ
ତୁମ ସାଥେ ହେବ ଦେଖା
ସେଦିନ ବୁଝିବ ତୁମେ ଗଲା ଦିନୁ
କେମିତି ବଞ୍ଚିଛି ଏକା ।

ମିଛ ହସ ହସି ଦୁନିଆ ଆଗରେ
ନିତି କରି ଅଭିନୟ
ବାସ୍ତବ ଜୀବନ ଜିଇଁ ପାରେନାହିଁ
ଏମିତି ମୁଁ ଅସହାୟ ।

କିଛି ଦିନ ପାଇଁ ଆସିଥିଲ ବୋଲି
ମୋ ଭାଗ୍ୟେ ବିରହ ଲେଖା
ସେଦିନ ବୁଝିବ ତୁମେ ଗଲା ଦିନୁ
କେମିତି ବଞ୍ଚିଛି ଏକା ।

ବାର ବାର ତୁମେ ମୋ ମନକୁ ଜିଣି
ଗାଇଥିଲ ପ୍ରୀତି ଗୀତ
ଲୁହ ଝରାଇବି କହିଥିଲ ମୋତେ
ଧରିନେବ ମୋର ହାତ ।

ତୁମରି ସୁହାଗ ସିଂଦୂରଟା ଯଦି
କେବେ ପଡ଼ିଯାଏ ଫିକା
ସେଦିନ ବୁଝିବ ତୁମେ ଗଲା ଦିନୁ
କେମିତି ବଞ୍ଚିଛି ଏକା ।

Writer's Details: ସିଦ୍ଧେଶ୍ବର ତ୍ରିପାଠୀ
Content Category:
Submission Date: Jun 06, 2019